ଗୌତମ ଗମ୍ଭୀରଙ୍କ ବିରୋଧରେ ବଡ ଅଭିଯୋଗ ଆଣିଲେ ଆପ୍ ପ୍ରାର୍ଥୀ । ଅଦାଲତରେ ରୁଜୁ କଲେ ଅପରାଧିକ ମାମଲା

362

ବିଜେପିର ସାଂସଦ ପ୍ରାର୍ଥୀ ତଥା କ୍ରିକେଟର ଗୌତମ ଗମ୍ଭୀରଙ୍କ ନାଁରେ ସାଂଘାତିକ ଅଭିଯୋଗ । ପୂର୍ବ ଦିଲ୍ଲୀ ଆସନରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଥିବା ଗୌତମ ଗମ୍ଭୀରଙ୍କ ନାଁରେ ଭିନ୍ନ ଭିନ୍ନ ସଂସଦୀୟ କ୍ଷେତ୍ର ପାଇଁ ୨ଟି ଭୋଟର ଆଇଡି କାର୍ଡ ରହିଛି । ଏନେଇ ଆପ୍ ପ୍ରାର୍ଥୀ ଆତିଶୀ କୋର୍ଟରେ ଗମ୍ଭୀରଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିଛନ୍ତି । ଏପରିକି ଏହି ମାମଲାକୁ ଆଧାର କରି ଗମ୍ଭୀରଙ୍କ ପ୍ରାର୍ଥୀପତ୍ର ଖାରଜ କରିବାକୁ ନିର୍ବାଚନ କମିଶନଙ୍କୁ ମଧ୍ୟ କହିଛନ୍ତି ଆପ୍ ପ୍ରାର୍ଥୀ ।

ଆପ ପ୍ରାର୍ଥୀ କହିଛନ୍ତି, ଏହି ମାମଲାକୁ ନେଇ ଗମ୍ଭୀରଙ୍କ ନାଁରେ ତିସ ହଜାରୀ ଅଦାଲତରେ ଅପରାଧିକ ମାମଲା ରୁଜୁ କରାଯାଇଛି । ଗମ୍ଭୀରଙ୍କ ପାଖରେ ଉଭୟ ରାଜେନ୍ଦ୍ର ନଗର ଓ କରୋଲବାଗରେ ଦୁଇଟି ଭୋଟର ଆଇଡି କାର୍ଡ ରହିଛି । ଏହି ଅପରାଧ ପାଇଁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ ବୋଲି କହିଛନ୍ତି ଆତିଶି ।

ଦିଲ୍ଲୀରୁ ବିଜେପି ଟିକେଟରେ ଲୋକସଭା ନିର୍ବାଚନ ଲଢୁଥିବା ଗମ୍ଭୀର ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ ଧନୀ ପ୍ରାର୍ଥୀ । ନାମାଙ୍କନପତ୍ରରେ ଗମ୍ଭୀର ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ, ତାଙ୍କର ବାର୍ଷିକ ଆୟ ୧୨ କୋଟି ଟଙ୍କାରୁ ଅଧିକ ।