କନକ ବ୍ୟୁରୋ : ବେଆଇନ ଭାବେ କୋଭିଡ-୧୯ ଔଷଧ ଫ୍ୟାବିଫ୍ଲୁ କିଣିବା, ଷ୍ଟକ ରଖିବା ଓ ବାଣ୍ଟିବା ମାମଲାରେ ଗୌତମ ଗମ୍ଭୀର ଫାଉଣ୍ଡେସନ ଦୋଷୀ ! ଏଭଳି ମାମଲାର ପୁରା ଯାଂଚ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଦିଲ୍ଲୀ କରିଥିଲା । ଏହାପରେ ଗୁରୁବାର ଦିନ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଦିଲ୍ଲୀ ହାଇକୋର୍ଟରେ ନିଜର ରିପୋର୍ଟ ଦାଖଲ କରିଛି । ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୯ ତାରିଖରେ ହେବ ବୋଲି ଜଣାପଡିଛି ।
ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଦିଲ୍ଲୀ କହିଛନ୍ତି କି, ଗୌତମ ଗମ୍ଭୀର ଫାଉଣ୍ଡେସନ, ଡ୍ରଗ୍ସ ଡିଲର ମାନଙ୍କ ମାମଲାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ । ଦିଲ୍ଲୀ ହାଇକୋର୍ଟଙ୍କୁ ଡ୍ରଗ୍ସ କଣ୍ଟ୍ରୋଲର କହିଛନ୍ତି କି କେବଳ ଗୌତମ ଗମ୍ଭୀର ଫାଉଣ୍ଡେସନ ନୁହେଁ ଏହାସହ ଆପ୍ ବିଧାୟକ ପ୍ରବୀଣ କୁମାରଙ୍କୁ ବି ଏଭଳି ମାମଲାରେ ଦୋଷୀ ଅଛନ୍ତି । ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଅଧିକ ତଦନ୍ତ ପାଇଁ ୬ ସପ୍ତାହ ସମୟ ଦେଇଛନ୍ତି । ଏହାସହ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୯ ତାରିଖରେ ହେବ ବୋଲି ସମୟ ଧାର୍ଯ୍ୟ କରିଛନ୍ତି ।
Nandita Rao, appearing for Drug Controller, tells Delhi High Court that Gautam Gambhir Foundation has committed an offence under Drugs and Cosmetics Act as the foundation was found stocking medicine unauthorizedly pic.twitter.com/PUA6WYoT52
— ANI (@ANI) June 3, 2021
କହିରଖୁ କି କରୋନା କାଳରେ ଦିଲ୍ଲୀର ବିଜେପି ସାଂସଦ ତଥା ପୂର୍ବତନ ଜାତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କ ଫାଉଣ୍ଡେସନ ମାଧ୍ୟମରେ ମାତ୍ରାଧିକ କୋଭିଡ ଔଷଧ ଫ୍ୟାବିଫ୍ଲୁ ମହଜୁଦ କରି ନିଜ କ୍ଷେତ୍ରର ଲୋକମାନଙ୍କୁ ବାଣ୍ଟିଥିବା ଅଭିଯୋଗ ହୋଇଥିଲା । କେବଳ ଗୌତମ ଗମ୍ଭୀର ନୁହନ୍ତି ଏଭଳି ଅଭିଯୋଗ ବି ଆପ୍ ବିଧାୟକ ପବୀଣ କୁମାରଙ୍କ ନାମରେ ଆସିଥିଲା । ଏଭଳି ଆଭିଯୋଗ ଆସିବା ପରେ କୋର୍ଟ ଏହି ମାମଲାର ଯାଂଚ ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଅଫ୍ ଦିଲ୍ଲୀକୁ ଦାୟିତ୍ୱ ଦେଇଥିଲା । ଯାହାର ଯାଂଚ କରି ଦିଲ୍ଲୀ ଡ୍ରଗ୍ସ କଣ୍ଟ୍ରୋଲର ଆଜି କୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି ।