କନକ ବ୍ୟୁରୋ : ରାମ ମନ୍ଦିର ନିର୍ମାଣ ପାଇଁ କୋଟିଏ ଟଙ୍କା ଦାନ କଲେ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସକାଶେ ଏହା ତାଙ୍କର ଏକ ଛୋଟ ଅନୁଦାନ ବୋଲି ସେ କହିଛନ୍ତି ।
ଭବ୍ୟ ରାମ ମନ୍ଦିର ନିର୍ମାଣ ପ୍ରତିଟି ଭାରତୀୟଙ୍କ ସ୍ୱପ୍ନ । ବହୁ ବର୍ଷର ବିବାଦ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି । ଏହାକୁ ନିର୍ମାଣ କରିବା ପାଇଁ ସେ ଓ ତାଙ୍କ ପରିବାରର ଏହା ଏକ ଛୋଟ ଯୋଗଦାନ ବୋଲି ଗୌତମ କହିଛନ୍ତି । ଏହାବାଦ୍ ଦିଲ୍ଲୀର ବିଜେପି ନେତାମାନେ ମଧ୍ୟ ରାମ ମନ୍ଦିରର ନିର୍ମାଣ ପାଇଁ ଚାନ୍ଦା ଏକାଠି କରୁଛନ୍ତି । ଲୋକମାନେ ସ୍ୱଇଚ୍ଛାରେ ୧୦ ଟଙ୍କା, ୧୦୦ ଟଙ୍କା ଓ ୧୦୦୦ ଟଙ୍କା ଦେବାକୁ କୁହାଯାଉଛି । ଏହା ଟଙ୍କାକୁ ନେଇ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ ।
ଏହାପୂର୍ବରୁ ମଧ୍ୟ ଅନେକ ନେତା ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରିସାରିଛନ୍ତି । ଏବେ ଏହି ଲିଷ୍ଟରେ ଗୌତମ ଗମ୍ଭୀର ସାମିଲ ହୋଇଛନ୍ତି । ଟିମ୍ ଇଣ୍ଡିଆରେ ନିଜର ଦମଦାର ପ୍ରଦର୍ଶନ କରିବା ପରେ ଗତ ସାଧାରଣ ନିର୍ବାଚନରେ ଗୌତମ ଗମ୍ଭୀର ବିଜେପି ଟିକେଟରୁ ସାଂସଦ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/01/9-20.jpg)