ବିଜେଡିରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ

Advertisment
ବିଜେଡିରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ

କନକ ବ୍ୟୁରୋ: ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ଵର ଜିଲ୍ଲା ଭୋଗରାଇର ଜଣାଶୁଣା ସମାଜସେବୀ ଗୌତମବୁଦ୍ଧ ଦାସ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଆଜି ଏଠାରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ଵାଗତ କରିଥିଲେ ଏବଂ ଗୌତମବୁଦ୍ଧଙ୍କ ଯୋଗଦାନ ଫଳରେ ଦଳ ସାଂଗଠନିକ ଓ ବୌଦ୍ଧିକ ସ୍ତରରେ ଅଧିକ ସଶକ୍ତ ହେବ ବୋଲି କହିଥିଲେ।

ଏହି ଅବସରରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ତଥା ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ବିଜେଡି ସମ୍ପାଦକ ଅମରେଶ ଜେନା, ସମ୍ପାଦକ କୁନବିହାରୀ ଦାସ, ଓଡ଼ିଶା ମୋ ପରିବାରର ସଂଯୋଜକ ଡ. ପ୍ରକାଶ ତିପାଠୀ, ଛାତ୍ରନେତା ଦୀନବନ୍ଧୁ ପତି ଓ ରୋଜା ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe