କନକ ବ୍ୟୁରୋ: ଜୀବନ ଜିଇଁବାକୁ ସଂଘର୍ଷ କରୁଛି ପୁଅ । ପୁଅର ଜୀବନ ବଞ୍ଚାଇବାକୁ କାନି ପତାଇ ସାହାଯ୍ୟ ଭିକ୍ଷା କରୁଛି ମାଆ । ଜଳେଶ୍ୱର ବ୍ରହ୍ମପୁରପାଟଣାର ଗୌତମ ବେହେରା । ପରିବାର କହିଲେ ବୃଦ୍ଧ ବାପାମାଆ । ପରିବାରର ଏକମାତ୍ର ରୋଜଗାରକ୍ଷମ ପୁଅ ହୋଇଥିବା ବେଳେ ବାହାରେ କାମ କରି ପରିବାର ଗୁଜୁରାଣ ମେଣ୍ଟାନ୍ତି ଗୌତମ । ହେଲେ ହଠାତ ଗୌତମଙ୍କ ଶରୀର ଅସୁସ୍ଥ ହୋଇପଡିଛି । କିଡନୀ ନଷ୍ଟ ହୋଇଯାଇଥିବାରୁ ଶଯ୍ୟାଶାୟୀ ହୋଇପଡ଼ିଛନ୍ତି ।

Advertisment

ପୁଅକୁ ଭଲ କରିବାକୁ ଯାହା ସମ୍ପତ୍ତି ବାଡି ସବୁ ବିକ୍ରି କରିସାରିଛନ୍ତି । ଏବେ ଚିକିତ୍ସା ପାଇଁ ଦରକାର ୧୫ ଲକ୍ଷରୁ ଅଧିକ ଟଙ୍କା । ଆଉ ଏହି ଟଙ୍କା ଯୋଗାଡ କରିଲେ କିଡନୀ ପ୍ରତ୍ୟାରୋପଣ କରାଯିବ । ଦୁଃଖ ଅନଟନ ଭିତରେ ଗୌତମଙ୍କ ପରିବାର ଚଳୁଥିବା ବେଳେ ଏତେ କୁଆଡୁ ଆଣିବ ସେ ନେଇ ଚିନ୍ତାରେ ପଡିଛନ୍ତି । ପୁଅର ଚିକିତ୍ସା ପାଇଁ ବିଭିନ ସ୍ଥାନରୁ ବୁଲି ବୁଲି ମାଆ ଭିକ୍ଷା କରୁଛି । ହେଲେ ବି ତାହା ନିଅଣ୍ଟ ହୋଇପଡ଼ିଛି । ମାଆ ଆଖିରୁ ଶୁଖୁନି ଲୁହ । ପୁଅର କିଭଳି ଚିକିତ୍ସା ହେବ ଆଉ ପୁଅ କିଭଳି ସୁସ୍ଥ ହେବ ସେ ନେଇ କିଛି ସହାୟତା ଆଶାରେ ବସିଛି ପରିବାର ।