ହିଣ୍ଡେନବର୍ଗ ରିପୋର୍ଟର ପ୍ରଭାବ: ମୁକେଶ ଅମ୍ବାନୀଙ୍କ ତୁଳନାରେ ଅଧା ହୋଇଗଲା ଗୌତମ ଆଦାନୀଙ୍କ ସମ୍ପତ୍ତି

3,820

କନକ ବ୍ୟୁରୋ: ଆଦାନୀ ଗ୍ରୁୁପ ଉପରେ ଆମେରିକା ରିସର୍ଚ ଫାର୍ମ ହିଣ୍ଡେନବର୍ଗର ଏଭଳି ନଜର ଲାଗିଛି , ଦିନକୁ ଦିନ ହଜାର ହଜାର କୋଟିର ସମ୍ପତି ହରାଉଛନ୍ତି ଗୌତମ ଆଦାନୀ । ହଣ୍ଡେନବର୍ଗର ରିପୋର୍ଟରୁ ଆଦାନୀ ଗ୍ରୁପ ଖଣ୍ଡନ କରିଥିଲେ ବି ନିବେଶକଙ୍କ ଉପରେ ଏହା କୌଣସି ପ୍ରଭାବ ପକାଉନାହିଁ । ଫଳରେ ଆଦାନୀର ସେୟାର ମୂଲ୍ୟ ଲଗାତାର କମିବାରେ ଲାଗିଛି । ମାସକ ତଳେ ଦେଶର ଅନ୍ୟତମ ଧନୀ ତଥା ରିଲାଏନ୍ସ ଗ୍ରୁପର ମୁଖ୍ୟ ମୁକେଶ ଅମ୍ବାନୀଙ୍କୁ ବହୁ ପଛରେ ପକାଇଥିଲେ ଗୌତମ ଅଦାନୀ । ଏବେ କିନ୍ତୁ ରେସର ବହୁ ପଛରେ ପଡିଯାଇଛନ୍ତି । ହିଣ୍ଡେନବର୍ଗ ରିପୋର୍ଟ ପ୍ରଭାବ ଏଭଳି ପଡିଛି ଯେ ଗୌତମ ଆଦାନୀଙ୍କ ସମ୍ପତି, ମୁକେଶ ଅମ୍ବାନୀଙ୍କ ସମ୍ପତିର ଅଧା ହୋଇଯାଇଛି ।

ଧନୀ ତାଲିକାରେ ୩୩ ନମ୍ବରରେ ଆଦାନୀ
-୨୪ ଜାନୁଆରୀ ୨୦୨୩ରେ ଆସିଲା ହିଣ୍ଡେନବର୍ଗର ରିପୋର୍ଟ
-ଏହାପରେ ଆଦାନୀଙ୍କ ସେୟାରର ହ୍ରାସ ଘଟିଥିଲା
-ଫଳରେ ଧନୀ ତାଲିକାରେ ଚତୁର୍ଥ ନମ୍ବରରେ ଥିବା ଆଦାନୀ ଏବେ ୩୩ ନମ୍ବରକୁ ଖସିଆସିଛନ୍ତି
-ପ୍ରତ୍ୟେକ ଦିନ ହଜାର ହଜାର କୋଟିର କ୍ଷତି ହେଉଛି
-ମୁକେଶ ଅମ୍ବାନୀଙ୍କ ସମ୍ପତି ପରିମାଣ ଏବେ ଗୌତମ ଆଦାନୀଙ୍କ ସମ୍ପତିଠାରୁ ଢେର ଅଧିକ ରହିଛି

ଆଦାନୀଙ୍କ ସମ୍ପତ୍ତି ଏବେ କେତେ?

ଫୋର୍ବସ ଇଣ୍ଡେକ୍ସ ଅନୁସାରେ
– ଗୌତମ ଆଦାନୀଙ୍କ ବର୍ତମାନ ସମ୍ପତ୍ତିର ମୂଲ୍ୟ ୩୫. ୩ ବିଲିୟନ ଡଲାର ଅର୍ଥାତ ପ୍ରାୟ ୩ ଲକ୍ଷ କୋଟି
-ମାସେ ପୂର୍ବେର୍ ଏହି ସମ୍ପତ୍ତି ୧୧୬ ବିଲିୟନ ଡଲାର ଅର୍ଥାତ ୯ ଲକ୍ଷ ୬୨ ହଜାର କୋଟି ଥିଲା
-୨୦୨୨ ସେପେଟମ୍ବରରେ ମୋଟ ସମ୍ପତ୍ତି ୧୫୦ ବିଲିୟନ ଡଲାର ଅର୍ଥାତ ପ୍ରାୟ ୧୨ ଲକ୍ଷ କୋଟି ଥିଲା
-ଏହି ସମୟରେ ଆଦାନୀ, ମୁକେଶ ଅମ୍ବାନୀଙ୍କଠାରୁ ଢେର ଆଗରେ ଥିଲେ

ଅମ୍ବାନୀ -ଆଦାନୀଙ୍କ ମଧ୍ୟରେ କେତେ ଅନ୍ତର?
ଫୋର୍ବସର ତଥ୍ୟ ଅନୁସାରେ
– ମୁକେଶ ଅମ୍ବାନୀଙ୍କ ପାଖରେ ୮୪. ୧ ବିଲିୟନ ଡଲାର ଅର୍ଥାତ ୬ ଲକ୍ଷ ୮୦ ହଜାର କୋଟି ସମ୍ପତ୍ତି ଅଛି
– ବିଶ୍ୱ ଧନୀ ତାଲିକାରେ ସେ ଅଷ୍ଟମ ସ୍ଥାନରେ ଅଛନ୍ତି
– ଗୌତମ ଆଦାନୀଙ୍କ ବର୍ତମାନ ସମ୍ପତ୍ତିର ମୂଲ୍ୟ ୩୫. ୩ ବିଲିୟନ ଡଲାର ଅର୍ଥାତ ପ୍ରାୟ ୩ ଲକ୍ଷ କୋଟି
– ହିଣ୍ଡେନବର୍ଗ ରିପୋର୍ଟର ଗୋଟିଏ ମାସ ପରେ ବି ଗୌତମ ଆଦାନୀଙ୍କ ସମ୍ପତି କମିବାରେ ଲାଗିଛି
– ବିଶ୍ୱ ଧନୀ ତାଲିକାରେ ୪ ନମ୍ବରରୁ ୩୩ ନମ୍ବରକୁ ଖସିଲେ ଗୌତମ ଆଦାନୀ