ଭାରତର ଏକ ନମ୍ବର ଧନୀଙ୍କ ମୁହଁରେ ଅପହରଣ କାହାଣୀ, କହିଲେ ୨ ଥର ଅତି ପାଖରୁ ମୃତ୍ୟୁକୁ ଦେଖିଛି । କିନ୍ତୁ...

ଭାରତର ଏକ ନମ୍ବର ଧନୀଙ୍କ ମୁହଁରେ ଅପହରଣ କାହାଣୀ, କହିଲେ ୨ ଥର ଅତି ପାଖରୁ ମୃତ୍ୟୁକୁ ଦେଖିଛି । କିନ୍ତୁ...

କନକ ବ୍ୟୁରୋ : ଭାରତର ଏକ ନମ୍ବର ଧନୀ ଗୌତମ ଅଦାନୀ ନିଜ କାହାଣୀ କହିବା ସହ ଅନେକ ଦିଗ ଉପରୁ ପରଦା ହଟାଇଛନ୍ତି । ଅଦାନୀ ଗ୍ରୁପର ଚେୟାରମ୍ୟାନ୍ ଗୌତମ ଅଦାନୀ କହିଛନ୍ତି, ଯାହା ନିଜ ହାତରେ ନାହିଁ ସେ ବାବଦରେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆଉ ଏହି ସୂତ୍ରକୁ ଆଧାର କରି ଆଗକୁ ବଢୁଥିବା କହିଛନ୍ତି ଗୌତମ । ଆଉ ଏଭଳି କହିବା ପଛରେ ଅନେକ କାରଣ ମଧ୍ୟ ରହିଛି । କାରଣ ଦେଶର ବଡ ଧନୀ ହେବା ପୂର୍ବରୁ ଗୌତମ ଥରେ ଅପହରଣ ହୋଇଥିବା ବେଳେ ମୃତ୍ୟୁକୁ ଅତି ପାଖରୁ ଦେଖିଛନ୍ତି । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ ମୃତ୍ୟୁକୁ ଅତି ପାଖରୁ ଦେଖିଥିବା କହିଛନ୍ତି ଗୌତମ ।

ଜାତୀୟ ଗଣମାଧ୍ୟମରେ ଗୌତମ ନିଜର ଅପହରଣ ଓ ୨୬/୧୧ର କାହାଣୀ କହିଛନ୍ତି । ଏହି ସାକ୍ଷାତକାରରେ ଗୌତମ କହିଥିଲେ ନିଜ ଜୀବନରେ ୨ଥର ମୃତ୍ୟୁକୁ ଅତି ପାଖରୁ ଦେଖିଛନ୍ତି । ତେଣୁ ଖରାପ ସମୟକୁ ଭୁଲିଯିବା ହିଁ ସବୁଠୁ ଭଲ । ଆଉ ଏହି ୨ ଘଟଣା ମୋତେ ସବୁ ପରିସ୍ଥିତି ସହ ଖାପଖୁଆଇ ଆଗକୁ ବଢିବାକୁ ରାସ୍ତା ଦେଖାଇଛି । ଯେଉଁଦିନ ମୋତେ ଅପହରଣ କରାଯାଇଥିଲା ତାହା ପରଦିନ ମୋତେ ଛାଡି ଦିଆଯାଇଥିଲା । କିନ୍ତୁ ଯେଉଁଦିନ ମୁଁ ଅପହରଣ ହୋଇଥିଲି । ସେଦିନ ମଧ୍ୟ ବେଶ ଆରାମରେ ଶୋଇଥିଲି । କାରଣ ଯାହା ହାତରେ ନାହିଁ ସେବାବଦରେ ଚିନ୍ତା କରିବାରେ କୌଣସି ଲାଭ ନାହିଁ ବୋଲି କହିଛନ୍ତି ଗୌତମ । ଯାହା ଭାଗ୍ୟରେ ଥିବ ତାହା ହିଁ ହେବ । ଏହାକୁ କେହି ପରିବର୍ତ୍ତନ କରିପାରିବେ ନାହିଁ । ୧୯୯୭ ମସିହାରେ ଗୌତମ ଅଦାନୀଙ୍କୁ ଅପହରଣ କରାଯାଇଥିଲା । ଯାହା ସେତେବେଳେ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ସେହିଭଳି ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ମନେ ପକାଇ ଗୌତମ ଅଦାନୀ କହିଛନ୍ତି, ଏହି ସମୟରେ ସେ ତାଜ୍ ହୋଟେଲରେ ଥିଲେ ଏବଂ ସେଠାରେ ମୃତ୍ୟୁମୁଖରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ । ଆତଙ୍କବାଦୀ ଆକ୍ରମଣ ଘଟଣା ଦିନ ଦୁବାଇର ଜଣେ ବନ୍ଧୁଙ୍କ ସହ ତାଜ୍ ହୋଟେଲରେ ରାତ୍ରୀଭୋଜନ ପାଇଁ ଯାଇଥିଲେ । ଆଉ ଆଖି ପିଛୁଳାକେ ଆତଙ୍କବାଦୀ ମାନେ ଆକ୍ରମଣ କରିବା ସହ ହୋଟେଲରେ ଥିବା ଲୋକଙ୍କ ଉପରେ ଗୁଳିବର୍ଷା କରିଥିଲେ । ଆଉ ଏହାକୁ ଅତି ନିକଟରୁ ଦେଖିଥିବା କହିଛନ୍ତି ଗୌତମ । କିନ୍ତୁ ଏହାକୁ ନେଇ ବେଶି ଚିନ୍ତା କରିନଥିଲେ । କାରଣ ଚିନ୍ତା କରିବା ଦ୍ୱାରା ସେମିତି କିଛି ପରିବର୍ତ୍ତନ ହେବ ନାହିଁ ବୋଲି ଜାଣିଥିଲେ ଗୌତମ । ଉକ୍ତ ଦିନର ଘଟଣାକୁ ମନେ ପକାଇ ଗୌତମ କହିଛନ୍ତି, ରାତ୍ରଭୋଜନ ସରିବା ପରେ ବିଲ ପେମେଣ୍ଟ କରି ବାହାରକୁ ବାହାରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଆତଙ୍କବାଦୀ ଆକ୍ରମଣ କରିଥିବା ନେଇ ଖବର ମିଳିଥିଲା । ଯଦି ହୋଟେଲରୁ ବାହାରି ଯାଇଥାନ୍ତୁ ତେବେ ମୋ ସହ କିଛି ଖରାପ ହୋଇଥାନ୍ତା । ପୂରା ରାତି ହୋଟେଲ ଭିତରେ ଫଶିକି ରହିଥିଲୁ । ହୋଟେଲ କର୍ମଚାରୀ ପଛ ରାସ୍ତାରେ ଆମକୁ ଉପରକୁ ନେଇ ଯାଇଥିଲେ । ସକାଳ ୭ଟା ବେଳେ ଭାରତୀୟ କମାଣ୍ଡୋଙ୍କ ସୁରକ୍ଷାବଳୟ ଭିତରେ ବାହାରକୁ ଆସିବାରେ ସକ୍ଷମ ହୋଇଥିଲେ ଗୌତମ । ଏଭଳି ଭାବେ ୨ ଥର ମୃତ୍ୟୁକୁ ଅତି ପାଖରୁ ଦେଖିଥିଲେ ମଧ୍ୟ ବିଚଳିତ ହୋଇନଥିଲେ ଗୌତମ । ଯାହା ତାଙ୍କ ସଫଳତା ପଥରେ ଆଗକୁ ବଢାଇଥିବା କହିଛନ୍ତି ଗୌତମ । କୌଣସି ପରିସ୍ଥିତି ବାବଦରେ ଚିନ୍ତା ନକରି ପରିଶ୍ରମ କଲେ ସଫଳତା ନିଶ୍ଚୟ ମିଳିବ ବୋଲି କହିଛନ୍ତି ଗୌତମ । ତେବେ ତାଙ୍କୁ ନେଇ ଯେଉଁ ଅଭିଯୋଗ ହେଉଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ଗୌତମ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe