କନକ ବ୍ୟୁରୋ : ଦେଶର ଦୁଇ ବଡ ଧନୀବ୍ୟକ୍ତି ମୁକେଶ ଅମ୍ବାନୀ ଏବଂ ଗୌତମ ଅଦାନୀ ମଧ୍ୟରେ କ୍ରିକେଟ୍ ପିଚରେ ପ୍ରତିଯୋଗିତା ଦେଖିବା ପାଇଁ ମିଳିପାରେ । ଘରୋଇ ଇକ୍ୱିଟି ଫାର୍ମ ସିଭିସି କ୍ୟାପିଟାଲ୍ ପାର୍ଟନର୍ସ ଇଣ୍ଡିଆନ୍ ପ୍ରମିୟର ଲିଗ୍ ଫ୍ରାଞ୍ଚାଚାଇଜ୍ ଗୁଜୁରାଟ୍ ଟାଇଟାନ୍ସ ନିୟନ୍ତ୍ରଣ ଅଂଶ ବିକ୍ରି କରିବା ପାଇଁ ଯାଉଛି । ଏଥି ପାଇଁ ଆଦାନୀ ଗ୍ରୁପ ଏବଂ ଟୋରେଣ୍ଟ ଗ୍ରୁପ ସହ ଆଲୋଚନା ଚାଲିଛି । ସୂଚନା ଅନୁସାରେ ସଂଖ୍ୟାଲଘୁ ଅଂଶଧନ ବଜାୟ ରଖିବାବେଳେ ସିଭିସି ଆଇପିଏଲ ଫ୍ରାଞ୍ଚାଇଜରେ ଅଧିକାଂଶ ଅଂଶ ବିକ୍ରି କରିବା ପାଇଁ ପ୍ରସ୍ତୁତ ଅଛି ।

୩ ବର୍ଷ ପୁରୁଣା ଫ୍ରାଞ୍ଚାଇଜ୍ ଗୁଜୁରାଟ ଟାଇଟାନ୍ସର ମୂଲ୍ୟ ୧ ବିଲିୟନରୁ ୧.୫ ବିଲିୟନ ମଧ୍ୟରେ ହୋଇପାରେ । ୨୦୨୧ ମସିହାରେ ସିଭିସି ଫ୍ରାଞ୍ଚାଇଜ୍ ୫,୬୨୫ କୋଟିରେ କିଣିଥିଲା । ଆମେରିକା ନିବେଶ ବ୍ୟାଙ୍କ ହୁଲିଆନ୍ ଲୋକି ୬ ବିଲିୟନ ଟଲାର ମୂଲ୍ୟର ମିଡିଆ ଅଧିକାରୀ ଚୁକ୍ତି କାରଣରୁ ଆଇପିଏଲର ମୂଲ୍ୟ ୬.୪ ବିଲିୟନ ଡଲାର ବୋଲି ଆକଳନ କରିଛନ୍ତି । ୨୦୨୨ ରେ ବିସିସିଆଇ ଡିଜନୀ ଷ୍ଟାର ଏବଂ ଭାଏକମ୍ ୧୮ ସହିତ ମିଡିଆ ଅଧିକାର ଚୁକ୍ତି ସ୍ୱାକ୍ଷର କରିଥିଲା । ଏକ ସୂତ୍ରରୁ ଜଣା ପଡିଛି ଯେ, ୨୦୨୧ ରେ ଆଇପିଏଲର ଅହମ୍ମଦାବାଦ ଫ୍ରାନଚାଇଜ୍ କିଣିବାରେ ଆଦାନୀ ବଂଚିତ ହୋଇଥିଲେ ।

ଆଇପିଏଲର ଫ୍ରାଞ୍ଚାଇଜ ବର୍ତ୍ତମାନ ନିବେଶଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏହାର କାରଣ ହେଉଛି ଲିଗ୍ କଠିନ ନଗଦ ପ୍ରବାହ ସହିତ ଏକ ଆକର୍ଷଣୀୟ ସମ୍ପତ୍ତି ଭାବରେ ନିଜକୁ ପ୍ରତିଷ୍ଠିତ କରିଛି । ଆଦାନୀ ମହିଳା ପ୍ରିମିୟର ଲିଗ୍ ଏବଂ ୟୁଏଇର ଆନ୍ତର୍ଜାତୀୟ ଲିଗ୍ ଟି-୨୦ ରେ ଟିମ୍ କିଣିଛନ୍ତି । ୨୦୨୩ ରେ ଆଦାନୀ ୧୨୮୯ କୋଟି ଟଙ୍କାର ସର୍ବାଧିକ ବିଲ ଲଗାଇ ଅହମ୍ମଦାବାଦ ଫ୍ରାଞ୍ଚାଇଜ୍ କିଣିଥିଲେ । ସିଭିସି ୧୯୩ ବିଲିୟନ ଟଙ୍କା ମୂଲ୍ୟର ସମ୍ପତ୍ତି ପରିଚାଳନା କରେ । ଏହା କ୍ରିଡା କ୍ଷେତ୍ରରେ ବିପୁଳ ପରିମାଣରେ ବିନିଯୋଗ କରିଛି । ଏଥିରେ ଲା-ଲିଗା, ପ୍ରିମିୟର୍ସିପ୍ ରଗବୀ, ଭଲିବଲ ୱାର୍ଲ୍ଡ ଏବଂ ମହିଳା ଟେନିସ୍ ଏସୋସିଏସନ ଅର୍ନ୍ତଭୁକ୍ତ ।

୨୦୨୧ ମସିହାରେ ବିସିସିଆଇ ଦୁଇଟି ଦଳ ଯୋଡିବା ପାଇଁ ଟେଣ୍ଡର ଜାରି କରିଥିଲା । ଏଥିରେ ଆହମ୍ମଦାବାଦ ଦଳ ପାଇଁ ଆଦାନୀ ଗ୍ରୁପ ୫୧୦୦ କୋଟି ଏବଂ ଟୋରେଣ୍ଟ ଗ୍ରୁପ ୪୬୫୩ କୋଟି ଟଙ୍କାର ଟେଣ୍ଡର ଲଗାଇଥିଲେ । କିନ୍ତୁ ସିଭିସି କ୍ୟାପିଟାଲର ମାଲିକାନାରେ ଥିବା ଇରେଲିଆ ସ୍ପୋର୍ଟସ୍ ଇଣ୍ଡିଆ ସର୍ବାଧିକ ବିଡ୍ କରି ସମସ୍ତଙ୍କୁ ପଛରେ ଛାଡିଦେଇଥିଲା । ଗୁଜୁରାଟ ଟାଇଟାନ୍ସ ପ୍ରଥମ ସିଜନରେ ଆଇପିଏଲ୍ ଟ୍ରଫି ମଧ୍ୟ ଜିତିଥିଲା ।

ଗୁଜୁରାଟ ଟାଇଟାନ୍ସ ସିଇଓ ଅରବିନ୍ଦର ସିଂ କହିଛନ୍ତି ଯେ, ଆଇପିଏଲ୍ ପ୍ରଥମ ୧୦ ଟି ଫ୍ରାନଚାଇଜ୍ ଲାଭଜନକ ହେବା ପାଇଁ ୪ ରୁ ୫ ବର୍ଷ ସମୟ ଲାଗିଥିଲା । ଆମେ ନିଶ୍ଚିତ ଅଛୁ ଯେ, କେବଳ ଲାଭଜନକ ନୁହେଁ ବରଂ ଆମର ବ୍ରାଣ୍ଡର ମୂଲ୍ୟ ଦୃତ ଗତିରେ ବୃଦ୍ଧି ପାଇବ । ହୁଲିହାନ ଲୋକିଙ୍କ ଅନୁସାରେ ଗୁଜୁରାଟ ଟାଇଟାନ୍ସର ବ୍ରାଣ୍ଡ ମୂଲ୍ୟ ୧୨୪ ମିଲିୟନ୍ ଡଲାର ଥିଲା ।