ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବତନ ମନ୍ତ୍ରୀଙ୍କ ପରାମର୍ଶ ! ଯଦି ମହିଳାଙ୍କ ଦୁର୍ଦ୍ଦଶା ଦେଖିବାକୁ ଚାହୁଁଛନ୍ତି ତେବେ ମୁଖ୍ୟମନ୍ତ୍ରୀ ଶାଢୀ ପିନ୍ଧି ରାସ୍ତା ଉପରକୁ ଯାଆନ୍ତୁ ।

31

କନକ ବ୍ୟୁରୋ : କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କୁ ସାଢୀ ପିନ୍ଧିବାକୂୁ ପରାମର୍ଶ ଦେଇଛନ୍ତି ପୂର୍ବତନ ବାମପନ୍ଥୀ ମନ୍ତ୍ରୀ କେଆର ଗୌରୀ ଆମ୍ମା । ୯୮ ବର୍ଷିୟା କମ୍ୟୁନିଷ୍ଟ ନେତା ଗୌରୀ ଆମ୍ମା ମୁଖ୍ୟମନ୍ତ୍ରୀ ବିଜୟନଙ୍କୁ କହିଛନ୍ତି ଯଦି ମହିଳାଙ୍କ ଦୁଃଖ ଦୁର୍ଦ୍ଦଶା ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଶାଢୀ ପିନ୍ଧି ଆଖ ପାଖ ଅଞ୍ଚଳରେ ବୁଲିବା ଆରମ୍ଭ କରନ୍ତୁ ।  ଫଳରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ ପ୍ରକୃତ ସତ୍ୟାସତ୍ୟ ଜାଣି ପାରିବେ ।

ଏବେ ମହିଳାମାନେ ଅକଥନୀୟ ଅତ୍ୟାଚାରର ଶିକାର ହେଉଛନ୍ତି । ଦିନକୁ ଦିନ ଦେଶରେ ମହିଳା ମାନେ ଅସୁରକ୍ଷିତ ହୋଇ ପଡୁଛନ୍ତି । ରାତିରେ ରାସ୍ତାରେ ଯିବାକୁ ମହିଳା ମାନେ ଡରୁଛନ୍ତି । ସରକାର ମହିଳା ସୁରକ୍ଷା ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ସବୁପରେ ମଧ୍ୟ ଫଳ ଶୂନ । ପ୍ରତିଦିନ ବଳାକ୍ରାର ଭଳି ଘଟଣା ସାମ୍ନାକୁ ଆସୁଛି । ଏକୁଟିଆ ବାହାରକୁ ମଧ୍ୟ ଯିବାକୁ ଡରୁଛନ୍ତି ମହିଳା ।

pinarayi-vijayan_650x400_71465472843ବୁଧବାର ରାଜ୍ୟ ବିଧାନସଭାର ହୀରକ ଜୟନ୍ତୀ ଉତ୍ସବ ଉପଲକ୍ଷେ ଆୟୋଜିତ ସମାରୋହରେ ଗୌରୀ ଏହିକଥା ଉଠାଇଛନ୍ତି । ମହିଳା ସୁରକ୍ଷା ପ୍ରସଙ୍ଗରେ ସେ କହିଛନ୍ତି, ଯଦି ସରକାର ମହିଳା ସୁରକ୍ଷାର ବାସ୍ତବ ଚିତ୍ର ଦେଖିବାକୁ ଚାହୁଁଛନ୍ତି ତେବେ ମୁଖ୍ୟମନ୍ତ୍ରୀ ଶାଢୀ ପିନ୍ଧି ବାହାରକୁ ଯାଆନ୍ତୁ । ତା ଛଡା ସେ କହିଛନ୍ତି, ଯେତେବେଳେ ସେ ବିଧାୟିକା ଥିଲେ ରାତି ୧୦ଟାରେ ମଧ୍ୟ ଘରକୁ ଫେରୁଥିଲେ । କିନ୍ତୁ ଏବେ ସ୍ଥିତି ବଦଳିଛି । ପୂର୍ବାପେକ୍ଷା ଅଧିକ ଅସୁରକ୍ଷିତ ହୋଇପଡିଛନ୍ତି ମହିଳା । ମହିଳାଙ୍କ ପ୍ରକୃତ ଦୁର୍ଦ୍ଦଶା ସେତେବେଳେ ଜାଣି ପାରିବ ଯେତେବେଳେ ସରକାର ରାତିରେ ସଡକ ଉପରକୁ ଯିବେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ପୂର୍ବତନ ମନ୍ତ୍ରୀ ମଧ୍ୟ ସାମିଲ ଉପସ୍ଥିତ ଥିଲେ । ଗୌରୀ ଆମ୍ମା ୧୯୫୭ ମସିହାରୁ ରାଜନୀତି ସହ ଜଡିତ ରହିଛନ୍ତି । ଏପରିକି କେରଳର ପ୍ରଥମ କମ୍ୟୁନିଷ୍ଟ ସରକାରର ସଦସ୍ୟ ଥିଲେ ଗୌରୀ । ଏହାଛଡା ୧୯୬୭, ୧୯୮୦ ଓ ୧୯୮୭ରେ ମଧ୍ୟ ମନ୍ତ୍ରୀ ରହିଥିଲେ ।