ବିଜେପିରେ ମିଶିଲେ ଗୌରବ ବଲ୍ଲଭ । ଆଜି ଦେଇଥିଲେ କଂଗ୍ରେସରୁ ଇସ୍ତଫା

Advertisment
ବିଜେପିରେ ମିଶିଲେ ଗୌରବ ବଲ୍ଲଭ । ଆଜି ଦେଇଥିଲେ କଂଗ୍ରେସରୁ ଇସ୍ତଫା

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲଗାତାର ଝଟକା ଲାଗିଛି। ୨୪ ଘଣ୍ଟା ମଧ୍ୟରେ କଂଗ୍ରେସର ୨ ବଡ଼ ନେତା ଇସ୍ତଫା ଦେଇଛନ୍ତି। ଗତକାଲି ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ। ସେପଟେ କଂଗ୍ରେସ ନେତା ଗୌରବ ବଲ୍ଲଭ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି।

ଗୌରବ ବଲ୍ଲଭ ଏବଂ ବିହାର କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ଅନିଲ ଶର୍ମା, ଆରଜେଡି ଉପେନ୍ଦ୍ର ପ୍ରସାଦଙ୍କୁ ବିନୋଦ ତାୱଡେ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି। ସନାତନ ବିରୋଧୀ ସ୍ଲୋଗାନ ଦେଇପାରିବେ ନାହିଁ କହି ଗୌରବ ବଲ୍ଲଭ ଦଳରୁ ଇସ୍ତଫା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe