କନକ ବ୍ୟୁରୋ: କରୋନା କଟକଣା ନମାନିବାରୁ ଗଣିବାକୁ ପଡିଲା ତଣ୍ଡ । ବିବାହ ଭୋଜି କରି ଜରିମାନା ଦେଇଛନ୍ତି ରାୟଗଡା ଗୌତମ ନଗର ଅଂଚଳର ଏକ ପରିବାର । କରୋନା ପାଇଁ କେତେ କଟକଣା । ଗୋଟିଏ ସ୍ଥାନରେ ୭ ଜଣ ଏକାଠି ନହେବାକୁ ସରକାର ପରାମର୍ଶ ଦେଇଛନ୍ତି ।

Advertisment

ଭୋଜି ଓ ସଭା ସମିତି ନକରିବାକୁ ନିର୍ଦେଶ ଦିଆଯାଇଛି । ହେଲେ ବାରଣ ସତ୍ୱେ ସରକାରଙ୍କ ନିୟମକୁ ଅବମାନନା କରି ବିବାହ ଭୋଜି ଆୟୋଜନ କରି ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦେଇଛନ୍ତି ଉଭୟ ବର ଓ କନ୍ୟା ପକ୍ଷ । ବିବାହ ଉତ୍ସବ ପାଳନ ଚାଲିଥିବା ବେଳେ ରାୟଗଡା ଜିଲ୍ଲା ପ୍ରଶାସନ ସେଠାରେ ପହଂଚି ଭୋଜିକୁ ବନ୍ଦ କରିଥିଲା ।

କରୋନା ବିରୋଧରେ ଲଢ଼େଇ ପାଇଁ ପୂରା ଜୋର ଲଗାଇ ଦେଇଛନ୍ତି ସରକାର । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଓ ଏଟିଏମରେ ଯଥେଷ୍ଠ ଟଙ୍କା ମହଜୁଦ ରଖିବାକୁ ଆରବିଆଇକୁ ଚିଠି ଲେଖିଛି ରାଜ୍ୟ ଅର୍ଥ ବିଭାଗ । ସେପଟେ କୌଣସି ସ୍ଥାନରେ ୭ଜଣ ଏକାଠି ହେବା ଉପରେ କଟକଣା ଲଗାଯାଇଛି । ଭିଡ଼ ଜମୁଥିବା ସମସ୍ତ ରେଷ୍ଟୁରାଂଟ, କଫି ସପ୍, ବାର, କ୍ୟାଂଟିନ ସମେତ ଜନଗହଳି ହେଉଥିବା ସ୍ଥାନକୁ ତୁରନ୍ତ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ସମସ୍ତ ହୋଟେଲକୁ ସମାଜିକ ଦୂରତ୍ୱ ବଜାୟ ରଖିବା ନିର୍ଦ୍ଦେଶ ଦିଆଯାଇଛି ।