ବିଶ୍ୱକୁ ଘାରୁଛି ଗ୍ୟାଷ୍ଟ୍ରିକ୍ କର୍କଟ । ଜାଣନ୍ତୁ ଏହାର ଲକ୍ଷଣ ।

2,954

କନକ ବ୍ୟୁରୋ: ସାରା ବିଶ୍ୱରେ ଏବେ ଗ୍ୟାଷ୍ଟ୍ରିକ କର୍କଟ ଏବେ ପ୍ରମ୍ରୁଖ ରୋଗ ଭାବେ ବଢିଚାଲିଛି, ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏକ ଅଧ୍ୟୟନରୁ ଜଣାପଡିଛି ଦେଶରେ ଗ୍ୟାଷ୍ଟ୍ରିକ କର୍କଟ ରୋଗରେ ଉତର-ପୂର୍ବ ରାଜ୍ୟର ଅଧିକାଂଶ ଲୋକ ପ୍ରଭାବିତ ହେଉଛନ୍ତି । ଆକ୍ରାନ୍ତ ହୋଇଥିବା ମୋଟ ରୋଗୀଙ୍କ ମଧ୍ୟରେ ୭.୨ ପ୍ରତିଶତ ରୋଗୀ ହେଉଛନ୍ତି ଗ୍ୟାଷ୍ଟ୍ରିକ କର୍କଟ ରୋଗୀ । ଏହି ହାର ବିଶ୍ୱର ଅନ୍ୟ ଆକ୍ରାନ୍ତ ଅଂଚଳଠାରୁ ଢେର ଅଧିକ । ଆମେରିକାର ମାୟୋ କ୍ଲିନିକ ଓ ଓସାକା ଇଂଟରନ୍ୟାସନାଲ ପ୍ରତିଷ୍ଠାନ ସହଯୋଗରେ ଭୁବନେଶ୍ୱରର ସାଇ ଇନିଷ୍ଟ୍ୟୁଚଟ ଅଫ ଗ୍ୟାଷ୍ଟ୍ରୋଏଂଟ୍ରୋଲଜି ଓ ଲିଭର ସାଇନ୍ସ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ତଥ୍ୟ ଅନୁସାରେ, ରାଜ୍ୟରେ ପ୍ରାରମ୍ଭିକ ଗ୍ୟାଷ୍ଟ୍ରିକ ହାର ପ୍ରାୟ ଶୂନ ଦଶମିକ ୬ ପ୍ରତିଶତ ରହିଛି । ପେଟଜନିତ ଲକ୍ଷଣ ଦେଖାଯାଉଥିବା ୧ହଜାରରୁ ଅଧିକ ବ୍ୟକ୍ତିଙ୍କୁ ଏକ ଅଧ୍ୟୟନରେ ସାମିଲ କରାଯାଇଥିଲା । ଯେଉଁଥିରେ ୬୫ ପ୍ରତିଶତ ପୁରୁଷ ବୋଲି ଜଣାପଡ଼ିଛି । ସେଥିରୁ ୨୫ଜଣଙ୍କୁ ଗ୍ୟାଷ୍ଟ୍ରିକ କ୍ୟାନସର ହୋଇଥିବା ବେଳେ ୬ଜଣଙ୍କୁ ପ୍ରାରମ୍ଭିକ ଗ୍ୟାଷ୍ଟ୍ରିକ କ୍ୟାନସର ହୋଇଥିବା ଜଣାପଡ଼ିଛି । ତେବେ ବଡ଼ କଥା ହେଉଛି ପ୍ରାରମ୍ଭିକ ଗ୍ୟାଷ୍ଟ୍ରିକରେ କ୍ୟାନସରର ଏଣ୍ଡୋସ୍କୋପିକ୍ ଚିହ୍ନଟ ସମ୍ଭବ । ଏପରିକି ବିନା ଅସ୍ତ୍ରୋପଚାରରେ ଏଣ୍ଡୋସ୍କୋପିକ୍ ଥେରାପିରେ ଏହାକୁ ଭଲ କରାଯାଇପାରିବ ବୋଲି ରିପୋର୍ଟରେ ଜଣାପଡ଼ିଛି ।