ଗ୍ୟାସପୁରାର ବିଷାକ୍ତ ଗ୍ୟାସ ନେଲା ଜୀବନ। ଚାଲିଗଲା ୧୧ ଜୀବନ, ୧୦ରୁ ଅଧିକ ଅସୁସ୍ଥ।

ଗ୍ୟାସପୁରାର ବିଷାକ୍ତ ଗ୍ୟାସ ନେଲା ଜୀବନ। ଚାଲିଗଲା ୧୧ ଜୀବନ, ୧୦ରୁ ଅଧିକ ଅସୁସ୍ଥ।

କନକ ବ୍ୟୁରୋ: ସକାଳୁ ସକାଳୁ ପଞ୍ଜାବରେ ବଡ ଅଘଟଣ ଘଟିଥିଲା । କେହି କିଛି ବୁଝିବା ପୂର୍ବରୁ ବିଷାକ୍ତ ଗ୍ୟାସ ଯୋଗୁଁ ୧୧ ଜଣଙ୍କର ମୃତ୍ୟୁ ଘଟିଛି । ପଞ୍ଜାବ ଲୁଧିଆନାର ଗ୍ୟାସପୁରା ଅଞ୍ଚଳରେ ଏକ ପୁରୁଣା କାରଖାନା ବନ୍ଦ ହୋଇ ପଡିଥିଲା । ଯେଉଁଠି ଏକ ବଡ ଗାତ ରହିଥିଲା । ଯେଉଁଥିରେ ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁ ରହିଛି । ଏହି କାରଖାନା ଆଖପାଖରେ ଲୋକମାନେ ରହୁଥିଲେ । ହେଲେ କୌଣସି କାରଣରୁ ସକାଳୁ ଗ୍ୟାସ ଲିକ୍ ହୋଇଥିଲା । ଯେଉଁଥିରେ ଅନେକ ପ୍ରଭାବିତ ହୋଇଥିଲେ । ପ୍ରଥମେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ଏହାପରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି । ୧୦ରୁ ଅଧିକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯେଉଁଥିରେ ୫ ମହିଳା, ୪ ପୁରୁଷ ଓ ୨ ଛୋଟ ଛୁଆ ରହିଛନ୍ତି । ଏଥିରେ ଗୋଟିଏ ପରିବାରର ୫ ଜଣ ମଧ୍ୟ ରହିଥିବା ସୂଚନା ରହିଛି । ବିଷାକ୍ତ ଗ୍ୟାସ ବ୍ୟାପିବା ପରେ ଏନଡିଆରଏଫ ଟିମ୍ ଓ ଅନ୍ୟାନ୍ୟ ଅଧିକାରୀ ଆସି ଅସୁସ୍ଥଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି ।

ବନ୍ଦ ହୋଇ ପଡିରହିଥିଲା କାରଖାନା । କିନ୍ତୁ ହଠାତ କେମିତି ବିଷାକ୍ତ ଗ୍ୟାସ ଲିକ୍ ହେଲା । ତାହା ଏବେ ବଡ ପ୍ରଶ୍ନ ଉଠିଛି । ଯାହାର ତଦନ୍ତ କରୁଛି ପ୍ରଶାସନିକ ଟିମ୍ । ଘଟଣା ବାବଦରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇଯାଇଛନ୍ତି । ଏହାପରେ ଗୋଟିଏ କିଲୋମିଟର ଅଞ୍ଚଳର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ପ୍ର୍ରମୁଖ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯଦିଓ ଗ୍ୟାସ ଲିକ୍ର ପ୍ରକୃତ କାରଣ ଜଣାପଡିନାହିଁ ହେଲେ ପ୍ରାଥମିକ ରିପୋର୍ଟ ଅନୁଯାୟୀ ମିଥେନ୍ ଗ୍ୟାସ ଏବଂ ହାଇଡ୍ରୋଜେନ ସଲଫାଇଡ ଭଳି ବିଷାକ୍ତ ଗ୍ୟାସର ରିଆକ୍ସନ ହେବାରୁ ଏଭଳି ଏକ ଅଘଟଣ ଘଟିଥାଇପାରେ ବୋଲି କୁହାଯାଉଛି । ସକାଳୁ ସକାଳୁ ଜଣେ କ୍ଷୀର ବିକ୍ରି କରିବାକୁ ଆସି ବେହୋସ ହୋଇଯାଇଥିଲେ । ଏହାପରେ ଏହି ଘଟଣା ଜଣାପଡିଥିଲା । ଏହି ଘଟଣାରେ ପଞ୍ଜାବ ସରକାର ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe