କନକ ବ୍ୟୁରୋ : ବ୍ରହ୍ମପୁର ଛତ୍ରପୁର ନିକଟସ୍ଥ ତାମ୍ପରା ଠାରେ ଗ୍ୟାସ ଟ୍ୟାଙ୍କର ଓଲଟିବା ପରେ ଛତ୍ରପୁର ସହରକୁ ବନ୍ଦ ହେଲା ବିଜୁଳି । ଏକ ବିଶେଷଜ୍ଞ ଟିମ ଆସି ଘଟଣା ସ୍ଥଳରେ ପହଚିଂ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଶେଷଜ୍ଞ ଟିମ ପହଚିଂ ଅନୁଧ୍ୟାନ କରିବା ପରେ ବିଦ୍ୟୁତ କାଟ କରି ଟ୍ୟାଙ୍କରରୁ ଗ୍ୟାସ ଖାଲି କରିବା ପାଇଁ ପ୍ରୟାସ ଚାଲିଛି । କୁହୁଡ଼ି ପାଇଁ ରାସ୍ତା ଦେଖା ନଯିବାରୁ ବ୍ରହ୍ମପୁର ଛତ୍ରପୁର ନିକଟସ୍ଥ ତାମ୍ପରା ଠାରେ ଓଲଟିପଡିଥିଲା ଗ୍ୟାସ ଟ୍ୟାଙ୍କର ।
ରାସ୍ତାର ଉଭୟ ପାଶ୍ୱରେ ଶହ ଶହ ଗାଡି ଅଟକି ରହିଛି । ୧୬ ନମ୍ବର ଜାତୀୟ ରାଜପଥରେ ଦୁଇ ପାଶ୍ୱର୍ର ରାସ୍ତାକୁ ବନ୍ଦ କଲା ପୋଲିସ । ଘଟଣାରେ ୫ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ୩ଜଣ ଗୁରୁତର ଅଛନ୍ତି । ଗ୍ୟାସ ଟ୍ୟାଙ୍କର ଓଲଟି ଥିବା ସ୍ଥାନରେ ଅଗ୍ନିଶମ ବାହିନୀ, ଜିଲ୍ଲାପାଳ, ପୁଲିସ ଉପସ୍ଥିତ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/34-8.jpg)