କୋରାପୁଟ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଡ୍ରାଇଭର ମୃତ, ଚାପି ହୋଇ ରହିଛନ୍ତି ହେଲପର ।

124

କନକ ବ୍ୟୁରୋ : କୋରାପୁଟ ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ଟ୍ୟାଙ୍କର । ଫଳରେ ଘାଟି ତଳକୁ ଖସିପଡିଛି ଗାଡି । ଆଉ ଟ୍ୟାଙ୍କରଠାରୁ ଅଲଗା ହୋଇଯାଇଛି ଇଞ୍ଜିନ । ଘଟଣାରେ ଡ୍ରାଇଭର ପ୍ରାଣ ହରାଇଥିବାବେଳେ ହେଲପରଙ୍କର ପତ୍ତା ମିଳୁନାହିଁ । ଟ୍ୟାଙ୍କରରୁ ଗ୍ୟାସ ନିର୍ଗତ ହେଉଥିବାରୁ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଯାତାୟତ ବନ୍ଦ ରଖିଛି ପୁଲିସ ।

ଅଧ କିଲୋମିଟର ଯାଏଁ ମୋବାଇଲ ଫୋନ ଓ କୌଣସି ବ୍ୟକ୍ତି ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି । ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ହିନ୍ଦୁସ୍ତାନ ପେଟ୍ରୋଲିୟମର ଏହି ଟ୍ୟାଙ୍କର ବିଶାଖାପାଟଣାରୁ ରାୟପୁର ଯାଉଥିଲା । ତେବେ କୋରାପୁଟ ଘାଟିରେ ଭାରସାମ୍ୟ ହରାଇ ଟ୍ୟାଙ୍କରଟି ତଳକୁ ଖସିପଡିଥିଲା । ବିଶାଖାପଟଣାରୁ କମ୍ପାନୀର ଏକ ଟିମ ଘଟଣାସ୍ଥଳକୁ ଯାଉଛି । ସେମାନେ ଘଟଣାସ୍ଥଳରେ ପଂହଚିବା ପରେ ଟ୍ୟାଙ୍କରର ଗ୍ୟାସ ଖାଲି କରାଯିବ । ପରେ ଟ୍ୟାଙ୍କରକୁ ଉପରକୁ ଅଣାଯିବ ।