ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ଖାଇ ଓଲଟି ପଡ଼ିଲା ଗ୍ୟାସ ଟ୍ୟାଙ୍କର । ପୁଲିସ ଓ ଅଗ୍ନିଶମ ବିଭାଗ ଦ୍ୱାରା ଗ୍ୟାସ ଲିକ୍ ଆୟତ୍ତ

Advertisment
ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ଖାଇ ଓଲଟି ପଡ଼ିଲା ଗ୍ୟାସ ଟ୍ୟାଙ୍କର । ପୁଲିସ ଓ ଅଗ୍ନିଶମ ବିଭାଗ ଦ୍ୱାରା ଗ୍ୟାସ ଲିକ୍ ଆୟତ୍ତ

କନକ ବ୍ୟୁରୋ: ଆଜି ସକାଳୁ ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡ଼ଚଣା ଥାନା ଅଞ୍ଚଳରେ ଏକ ଗ୍ୟାସ୍ ଟ୍ୟାଙ୍କର୍ ଓଲଟିଥିବାର ଦେଖିବାକୁ ମିଳିଛି। ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କଡ଼ାଇ ଛକ ନିକଟରେ ଏକ ଏଚ୍. ପି. ଗ୍ୟାସ୍ ଟ୍ୟାଙ୍କର ଓଲଟିପଡିଛି। ଏହି ଗ୍ୟାସ୍ ଟ୍ୟାଙ୍କରଟି କଟକରୁ କୋଲକାତା ଅଭିମୁଖେ ଯାଉଥିବା ବେଳେ ହଠାତ୍ କଡ଼ାଇ ଛକ ନିକଟରେ ନିୟନ୍ତ୍ରଣ ହରାଇ ଓଲଟି ଯାଇଥିଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି। ଏପରିକି ଚାଳକ ମଧ୍ୟ ସୁରକ୍ଷିତ ଅଛନ୍ତି।

publive-image

ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ଚଣ୍ଡିଖୋଲ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ୍ ଟ୍ୟାଙ୍କରକୁ ପାଣି ପକାଉଥିବା ଦେଖିବାକୁ ମିଳିଥିଲା। ଗ୍ୟାସ୍ ଲିକ୍ ନ ହେବା ପାଇଁ ଘଟଣାସ୍ଥଳରେ ଏକ ବିଶେଷଜ୍ଞ ଦଳ ଆସି ପହଞ୍ଚିଥିବାର ଖବର ମିଳିଛି। ସେମାନେ ସେଠାରେ ଗ୍ୟାସ୍ ଟ୍ୟାଙ୍କର୍କୁ ଯାଞ୍ଚ କରୁଛନ୍ତି। ଖବର ପାଇ ବଡ଼ଚଣା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe