କନକ ବ୍ୟୁରୋ : ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର । ଗ୍ୟାସ୍ ନିର୍ଗତ, ଯାତାୟାତ ବନ୍ଦ । ଭବାନୀପାଟଣାରୁ ରାୟପୁର ପଟକୁ ଯାଉଥିବା ଭାରତ ପେଟ୍ରୋଲିୟମର ଏକ ଟେଙ୍କର ପାଷ୍ଟିପଡା ନିକଟରେ କୁହୁଡି ପାଇଁ ଭାରସାମ୍ୟ ହରାଇ କ୍ଷେତ ଆଡକୁ ଓଲଟି ଯିବା ଫଳରେ ଗ୍ୟାସ୍ ଲିକ ହୋଇ ଅଞ୍ଚଳ ଗ୍ୟାସ୍ ମୟ ହୋଇପଡିଛି । କେହି କିଛି ନ ହେଲେ ବି ପ୍ରବଳ ଗ୍ୟାସ୍ ଲିକ ହେବାରୁ ଲୋକେ ଆତଙ୍କିତ ଅଛନ୍ତି । ଘଟଣାସ୍ଥଳରେ ଭବାନୀପାଟଣା ଦମକଳ ବିଭାଗ ପହଞ୍ଚିଛି । ଗ୍ୟାସ୍ ଲିକକୁ ଦେଖି ଆଖପାଖ ଗାଁର ବିଦ୍ୟୁତ ସରବରାହକୁ ବନ୍ଦ କରାଯାଇଛି । ସେହିଭଳି ପାଖ ଅଞ୍ଚଳ ଲୋକଙ୍କୁ କିଛି ସମୟ ପାଇଁ ରନ୍ଧା ବଢା ପାଇଁ ମନା କରାଯାଇଛି ।
ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର : ଗ୍ୟାସ୍ ନିର୍ଗତ, ଯାତାୟାତ ବନ୍ଦ
/kanak/media/post_attachments/wp-content/uploads/2022/12/vlcsnap-2022-12-04-09h03m15s588.png)