ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର । ଗ୍ୟାସ୍ ଲିକ୍ ଯୋଗୁଁ ୫ଟି ଗାଁରେ ରୋଷେଇ ବନ୍ଦ ।

Advertisment
ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର । ଗ୍ୟାସ୍ ଲିକ୍ ଯୋଗୁଁ ୫ଟି ଗାଁରେ ରୋଷେଇ ବନ୍ଦ ।

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ଦେଇଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ଅନ୍ତର୍ଗତ କମରେଇ ଗାଁ ପାଖରେ ଏକ ପ୍ରୋପେନ ବୋଝେଇ ଗ୍ୟାସ୍‌ ଟ୍ୟାଙ୍କର ଓଲଟି ପଡ଼ିବାରୁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି । ଦୁର୍ଘଟଣା ଯୋଗୁଁ କେହି ମୃତାହତ ହୋଇନଥିଲେ ହେଁ ଗ୍ୟାସ୍‌ ଲିକ୍‌ ହେଉଥିବାରୁ ଅଂଚଳରେ ଆତଙ୍କ ଖେଳିଯାଇଛି। ଗ୍ୟାସରୁ ଅଗ୍ନିକାଣ୍ଡ ଦୁର୍ଘଟଣାକୁ ଏଡ଼େଇବା ପାଇଁ ୬ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଛି। ଏଥି ସହିତ ସୁରକ୍ଷା ଦୃଷ୍ଟିକୋଣରୁ ଘଟଣାସ୍ଥଳଠାରୁ ପ୍ରାୟ ୨ କିଲୋମିଟର ଦୂରତା ମଧ୍ୟରେ ୫ଟି ଗାଁରେ ରୋଷେଇ ବନ୍ଦ କରିଦିଆଯାଇଛି।

publive-imageସୂଚନା ଅନୁସାରେ, ମଂଗଳବାର ପ୍ରାୟ ସାଢ଼େ ୪ଟାରେ ସମ୍ବଲପୁର ପଟୁ କଟକ ଅଭିମୁଖେ ଯାଉଥିବା ଏକ ଗ୍ୟାସ୍‌ ଟ୍ୟାଙ୍କର କମରେଇ ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ରାଜପଥର ନବୀକରଣ କାମ ଚାଲିଥିବାରୁ ଟ୍ୟାଙ୍କରର ଚକା ଏକ ଖାଲରେ ପଡ଼ିଯିବାରୁ ଗାଡ଼ି ଓଲଟି ପଡ଼ିଥିବା କୁହାଯାଉଛି। ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଧୀରେ ଧୀରେ ଗ୍ୟାସ୍‌ ଲିକ୍‌ ହୋଇଥିଲା। ଘଟଣା ସଂକ୍ରାନ୍ତରେ ଖବର ପାଇ ହଣ୍ଡପା ଥାନା ପୁଲିସ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲା। ବାମୁର, ଆଠମଲ୍ଲିକ ଓ ଅନୁଗୁଳରୁ ୬ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଛି । ରିପୋର୍ଟ ଲେଖାଯିବା ବେଳକୁ ଦୁର୍ଘଟଣାସ୍ଥଳଠାରୁ ଅଧକିଲୋମିଟର ବ୍ୟାସାର୍ଦ୍ଧରେ ପାଣି ସିଞ୍ଚନ କରି ମାଟି ଓଦା କରିଦିଆଯାଇଛି । ଗ୍ୟାସ ଲିକ୍‌ ହେଉଥିବା ଜାଗା ପାଖରେ ଅନବରତ ପାଣି ସଞ୍ଚନ କରାଯାଉଛି । ଏହା ସତ୍ତ୍ୱେ କମରେଇ, ତକବା, ମଣ୍ଡାମ, ନାକଚି ଆଦି ଗାଁଗୁଡ଼ିକରେ ରୋଷେଇ ନକରିବା ପାଇଁ ପରାମର୍ଶ ଦିଆଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe