ଗ୍ୟାସ ଟାଙ୍କି ଫାଟି ମା-ଝିଅ ଜୀବନ୍ତ ଦଗ୍ଧ : ଗୁତୁତର ଅବସ୍ଥାରେ ସ୍ୱାମୀଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି

ଗ୍ୟାସ ଟାଙ୍କି ଫାଟି ମା-ଝିଅ ଜୀବନ୍ତ ଦଗ୍ଧ : ଗୁତୁତର ଅବସ୍ଥାରେ ସ୍ୱାମୀଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ : ଆଜି ସକାଳେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ଏନଏସିର ୩ ନମ୍ବର ଓ୍ଵାର୍ଡର ଗୋଡ଼ିପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀ ପାଇଁ ଚାହା କରିବାକୁ ଯାଇଥିବା ବେଳେ ହଠାତ ରୋଷେଇ ଗ୍ୟାସ ଲିକ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିବାରୁ ଘଟଣାସ୍ଥଳରେ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅ ଜିଅନ୍ତା ଜଳି ଯାଇଛନ୍ତି। ଆଉ ଏହି ଅଗ୍ନିକାଣ୍ଡରେ ମହିଳାଙ୍କ ସ୍ୱାମୀ ଗୁରୁତର ହୋଇ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

publive-imageମିଳିଥିବା ସୂଚନା ଅନୁଯାୟୀ, ଗୋଡିପାଟଣା ଗ୍ରାମର ଦୁର୍ଯୋଧନ ପୋଥାଳ(୪୨ ବର୍ଷ) କୁଳଫି ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଇ ଥାନ୍ତି। ଆଜି ସକାଳେ ତାଙ୍କ ପତ୍ନୀ ମମତା ପୋଥାଳ(୩୮ ବର୍ଷ) ଫୁଲ ତୋଳି ଘରକୁ ଫେରିବା ପରେ ଗ୍ୟାସ ଚୁଲା ଯୋଗେ ଚାହା ତିଆରି କରିବାକୁ ଯାଇଥିଲେ। ମାତ୍ର ସେ ଗ୍ୟାସ ଅନ୍ କରିବା ମାତ୍ରେ ହଠାତ ନିଆଁ ଲାଗିଯିବା ସହିତ ଘର ଭିତରେ ନିଆଁ ତାଙ୍କୁ ଘେରି ଯାଇଥିଲା। ମା ଦେହରେ ନିଆଁ ଲାଗିଥିବାର ଦେଖି ତାଙ୍କୁ ବଞ୍ଚାାଇବାକୁ ଆସିଥିବା ତାଙ୍କ ୧୩ ବର୍ଷର ଝିଅ ଜ୍ୟୋତ୍ସ୍ନା ପୋଥାଳ ମଧ୍ୟ ମାଆ ସହିତ ସେହି ଘର ଭିତରେ ଜୀବନ୍ତ ଜଳି ଯାଇଥିଲେ। ମାଆଝିଅଙ୍କୁ ବଞ୍ଚାାଇବାକୁ ଯାଇ ଦୁର୍ଯୋଧନ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe