ରାତ୍ରିଭୋଜନ ପରେ ପେଟଫୁଲିବା ବା କୋଷ୍ଠକାଠିନ୍ୟ ଭଳି ସମସ୍ୟା ଯଦି ଦେଖାଦେଉଛି ତାହେଲେ ଏଭଳି ସମସ୍ୟାକୁ ଆଦୌ ଅଣଦେଖା କରନ୍ତୁ ନାହିଁ । ପାଚନ ପ୍ରକ୍ରିୟାରେ ଗଡ଼ବଡ଼ ହେଲେ ଏଭଳି ସମସ୍ୟା ଦେଖାଯାଏ । ଜୀବନଶୈଳୀରେ ପରିବର୍ତ୍ତନ କିମ୍ବା ଖାଇବାପିଇବାରେ ତାରତମ୍ୟ ନ ରହିଲେ ଗ୍ୟାସ୍ ସମସ୍ୟା ହେବା ସାଧାରଣ କଥା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ , କିଛି ଲୋକଙ୍କ ଗ୍ୟାସ୍ ସମସ୍ୟା ଏତେ ଅଧିକ ଥାଏ ଯେ ବିଭିନ୍ନ ଅଙ୍ଗରେ ଏହାର ପ୍ରଭାବ ପଡ଼ିଥାଏ । ଡ଼ାକ୍ତରଙ୍କ କହିବାନୁସାରେ , ଯଦି ରାତିରେ ଆପଣଙ୍କ ପେଟ ଫୁଲୁଛି କିମ୍ବା ଗ୍ୟାସ୍ ସମସ୍ୟା ଦେଖାଦେଉଛି ତେବେ ଖାଦ୍ୟପେୟରେ ପରିବର୍ତ୍ତନ କରିବାର ସମୟ ଆସିଯାଇଛି । ଏହାଛଡ଼ା ଲିଭର୍ ସମସ୍ୟା ଯେଉଁଥିରେ ହଜମ ପ୍ରକ୍ରିୟା ପ୍ରଭାବିତ ହୁଏ , ଏଭଳି ସ୍ଥିତିରେ ମଧ୍ୟ ଗ୍ୟାସ୍ ଅଧିକ ବଢିଯାଇଥାଏ । ଯଦି ଆପଣଙ୍କୁ ମଧ୍ୟ ଏଭଳି ସମସ୍ୟା ଦେଖାଦେଉଛି ତେବେ ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ ଏବଂ କିଛି ଘରୋଇ ଉପଚାରକୁ ଆପଣାଇ ଗ୍ୟାସକୁ ନିଜଠୁ ଦୂରେଇ ରଖନ୍ତୁ ।
୧ . ଭୋଜନରେ ପରିବର୍ତ୍ତନ : ବିଶେଷଜ୍ଞଙ୍କ ମତରେ ଡ଼ାଲିଜାତୀୟ ଖାଦ୍ୟ ତଥା ବିନ୍ସ ଭଳି ଖାଦ୍ୟପଦାର୍ଥର ସେବନ ଯଥାସମ୍ଭବ କମ୍ କରନ୍ତୁ । ଦଲିଆ , ଛୋଲେ , ରାଜମା ଭଳି ଖାଦ୍ୟ ଗ୍ୟାସ୍ ର ମାତ୍ରାକୁ ବଢାଉଥିବାରୁ ଏହାକୁ ଯେତେ କମ୍ ଖାଇବେ ସେତେ ଭଲ । ବିଶେଷ କରି ରାତ୍ରିଭୋଜନ ଏହି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ ।
୨ . ଭୋଜନ ପରେ ଚଲାବୁଲା କରନ୍ତୁ : ଗ୍ୟାସ୍ ହେବାର ଅନ୍ୟ ଏକ କାରଣ ହେଉଛି ଖାଇବାର ତୁରନ୍ତ ପରେ ବିଛଣାକୁ ଚାଲିଯିବା । ରାତିରେ ମେଟାବଲିଜମ୍ ମାତ୍ରା କମ୍ ରହିଥାଏ ଯେଉଁଥିପାଇଁ ହେଭି ଡ଼ିନର୍ କଲେ ହଜମ ପ୍ରକ୍ରିୟାରେ ଅସୁବିଧା ଦେଖାଯାଏ । ଏଭଳି ସମସ୍ୟାରୁ ଦୂରେଇ ରହିବା ପାଇଁ ଖାଇବା ପରେ ନିଶ୍ଚିତ ଭାବେ ଚାଲନ୍ତୁ , ଯାହାଦ୍ୱାରା ପାଚନ ପ୍ରକ୍ରିୟାରେ ଲାଭ ମିଳିଥାଏ ।
୩ . ଅଧିକ ଚା’ , କଫି ପିଇବା ଦ୍ୱାରା ବି ଗ୍ୟାସ୍ ବା ପେଟ ଫୁଲିବା ସମସ୍ୟା ଦେଖାଦେଇଥାଏ । ଏଥିରେ କେଫିନ୍ ଥିବାରୁ ରାତିରେ ଚା’, କଫି ପିଇଲେ ଏହାର କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ , ସଂନ୍ଧ୍ୟା ୬ ଟା ପରେ କେଫିନ୍ ଏବଂ ନିକୋଟିନ୍ ସେବନରୁ ଦୂରେଇ ରୁହନ୍ତୁ । ପାଚନକୁ ପ୍ରଭାବିତ କରିବା ସହ ଏହା ନିଦକୁ ମଧ୍ୟ ପ୍ରଭାବିତ କରିଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2022/09/shutterstock_265985768.jpg)
/kanak/media/post_attachments/wp-content/uploads/2022/09/pjimage-2021-12-13T161028.963-300x200.jpg)
/kanak/media/post_attachments/wp-content/uploads/2022/09/New-Project-2022-08-17T165620.305-300x169.jpg)
/kanak/media/post_attachments/wp-content/uploads/2022/09/drinking-tea_146278844661_650_050916043538-300x169.jpg)