କନକ ବ୍ୟୁରୋ: ପେଟ୍ରୋଲ ଡିଜେଲ ବଳି ଗ୍ୟାସ ଦର ମଧ୍ୟ କମିବ । ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଉଜ୍ୱଳା ହିତାଧିକାରୀଙ୍କ ପାଇଁ ଦର କମାଇଛନ୍ତି ସରକାର । ସିଲିଣ୍ଡର ପିଛା ଦର ୨ ଶହ ଟଙ୍କା କମାଇବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରତି ହିତାଧିକାରୀଙ୍କୁ ବର୍ଷକୁ ୧୨ଟି ଗ୍ୟାସ ସିଲିଣ୍ଡରର ସବସିଡି ମିଳିବ । ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଉପରୁ ଏକସାଇଜ ଡ୍ୟୁଟି କମାଇଛନ୍ତି । ପେଟ୍ରୋଲ ଉପରୁ ୮ ଟଙ୍କା ଏକସାଇଜ ଡ୍ୟୁଟି ହଟିବା ପରେ ଲିଟର ପିଛ ଦର ୯ ଟଙ୍କା ୫୦ ପଇସା କମରେ ଲୋକଙ୍କ ପାଇଁ ଏହା ଉପଲବ୍ଧ ହେବ । ସେହିଭଳି ଡିଜେଲ ଉପରୁ ଏକସାଇଜ ଡ୍ୟୁଟି ୬ଟଙ୍କା କମିବ । ଏଣିକି ଡିଜେଲ ୭ ଟଙ୍କା କମରେ ମିଳିବ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।
9/12 Also, this year, we will give a subsidy of ₹ 200 per gas cylinder (upto 12 cylinders) to over 9 crore beneficiaries of Pradhan Mantri Ujjwala Yojana. This will help our mothers and sisters. This will have a revenue implication of around ₹ 6100 crore a year. #Ujjwala
— Nirmala Sitharaman (@nsitharaman) May 21, 2022