କନକ ବ୍ୟୁରୋ : ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼ । ବଢ଼ିଲା ବ୍ୟବସାୟୀକ ଗ୍ୟାସ୍ ଦର । ୧୯ କେଜି ଏଲପିଜି ଗ୍ୟାସ ଦରରେ ୧୦୩ ଟଙ୍କା ବୃଦ୍ଧି ହୋଇଛି । ଦର ବଢିବା ପରେ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ୍ ଦର ୧୮୩୩ ଟଙ୍କାରେ ପହଂଚିଛି । ପୂର୍ବରୁ ଦିଲ୍ଲୀରେ ଏହି ଦର ଥିଲା ୧୭୩୧ ଟଙ୍କା ।
ସେହିପରି ନୂଆ ଦର ହିସାବରେ ଦେଶର ବିଭିନ୍ନ ସ୍ଥାନରେ ଦର ବୃଦ୍ଧି ହୋଇଛି । ହେଲେ ଘରୋଇ ରୋଷେଇ ଗ୍ୟାସ ଦର ଅପରିବର୍ତିତ ରହିଛି । ପ୍ରତି ମାସ ପହିଲାରେ ଗ୍ୟାସ୍ ଦରରେ ପରିବର୍ତ୍ତନ ହୋଇଥାଏ । ଗତ କିଛି ଦିନ ତଳେ ଗ୍ୟାସ୍ ଦର ସାମାନ୍ୟ ହ୍ରାସ ପାଇଥିବା ବେଳେ ପୁଣି ହ୍ୟାସ୍ ଦର ବୃଦ୍ଧି ପାଇଛି । ତେବେ ଘରୋଇ ଗ୍ୟାସର ଦର ଅପରିବର୍ତିତ ରହିଥିବା ବେଳେ କମର୍ସିଆଲ୍ ଗ୍ୟାସର ଦର ବୃଦ୍ଧି ପାଇଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/gas-price-hike.jpg)