କନକ ବ୍ୟୁରୋ : ବଢିଲା ଅଣସବସିଡ ଗ୍ୟାସ ଦର । ଅଢେଇ ଶହ ଟଙ୍କା ମହଙ୍ଗା ହୋଇଛି ଅଣସବସିଡ ଗ୍ୟାସ ଦର । ଦିଲ୍ଲୀରେ ଅଣ ସବସିଡ଼ ଗ୍ୟାସ ଦର ୨ ହଜାର ୨୫୩ ଟଙ୍କାରେ ପହଞ୍ଚିଛି । ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହାର ହୁଏ ଅଣସବସିଡ଼ ଗ୍ୟାସ । ସେପଟେ ଘରୋଇ ଗ୍ୟାସ ଦର ଅପରିବର୍ତିତ ରହିଛି । ଘରୋଇ ଗ୍ୟାସ ସିଲିଣ୍ଡର ପିଛା ୯୭୬ରେ ସ୍ଥିର ରହିଛି । ମାର୍ଚ୍ଚ ୨୨ ତାରିଖରେ ୫୦ଟଙ୍କା ବଡିଥିଲଶ ଘରୋଇ ଗ୍ୟାସ ଦର ।
ନିର୍ବାଚନର କିଛି ଦିନ ପରେ ଲଗାତାର ବଢିଚାଲିଛି ଦରଦାମ୍ । ପେଟ୍ରୋଲ ଡିଜେଲ ହେଉ କି ଖାଇବା ତେଲ । ସବୁର ଦରଦାମ୍ ଆକାଶଛୁଆଁ ହୋଇଥିବା ବେଳେ ଏବେ ବୋଝ ଉପରେ ଲଳୀତାବିଡା ଭଳି ହୋଇଛି ଗ୍ୟାସ୍ ଦର ବୃଦ୍ଧି । ଅଣସବସିଟ୍ ଗ୍ୟାସ୍ ଦର ବୃଦ୍ଧି ନିହାତି ଭାବରେ ବ୍ୟବସାୟଙ୍କ ଉପରେ ଏକ ବଡ ପ୍ରଭାବ ପକାଇବ ଏଥିରେ କୌଣସି ସନ୍ଦେହ ନାହିଁ