ଅନୁଗୁଳ ଜାତୀୟ ରାଜପଥରେ ଓଲଟିଛି ଗ୍ୟାସ ଟ୍ୟାଙ୍କର । ୫ଟି ଗାଁରେ ଆତଙ୍କ । ରୋଷେଇ ବାସ ବନ୍ଦ, ଲୋକେ ହନ୍ତସନ୍ତ

ରନ୍ଧାଖାଦ୍ୟ ଯୋଗାଇଲା ପ୍ରଶାସନ, ଗତକାଲିଠାରୁ ଓଲଟି ପଡି ଟ୍ୟାଙ୍କର

554

କନକ ବ୍ୟୁରୋ: କିଶୋରନଗର ହଣ୍ଡପା ଥାନା କମରେଇ ଗାଁ ପାଖରେ ପ୍ରୋପେନ ବୋଝେଇ ଗ୍ୟାସ ଟ୍ୟାଙ୍କର ଓଲଟି ପଡିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଗ୍ୟାସ ଲିକ ଯୋଗୁଁ ୫ଟି ଗାଁରେ ଆତଙ୍କ ଖେଳିଯାଇଛି । ଘଟଣାସ୍ଥଳରୁ ୨ କିଲୋମିଟର ଭିତରେ ରୋଷେଇ ବନ୍ଦ ଅଛି । କାଲି ସନ୍ଧ୍ୟାରୁ ଘରେ ଚୁଲି ଜଳିନାହିଁ । ପ୍ରଶାସନ, ଅଗ୍ନିଶମ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ କ୍ୟାମ୍ପ କରି ପରିସ୍ଥିତି ଉପରେ ନଜର ରଖିଛନ୍ତି ।

 

ଗତକାଲି ସମ୍ବଲପୁର ପଟୁ କଟକ ଅଭିମୁଖେ ଯାଉଥିବା ଏକ ଗ୍ୟାସ ଟ୍ୟାଙ୍କକ କମରେଇ ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଥିଲା । ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଧୀରେ ଧୀରେ ଗ୍ୟାସ ଲିକ ହୋଇଥିଲା । ଅନୁଗୁଳରୁ ୬ଟି ଦମକଳ ଗାଡି ନିୟୋଜିତ ହୋଇଛି । ଦୁର୍ଘଟଣାସ୍ଥଳଠାରୁ ଅଧ କିଲୋମିଟର ବ୍ୟାସର୍ଧରେ ପାଣି ସିଂଚନ କରି ମାଟି ଓଦା କରିଦିଆଯାଇଛି । ଗ୍ୟାସ ଲିକ ହେଉଥିବା ଜାଗା ପାଖରେ ଅନବରତ ପାଣି ସିଂଚନ କରାଯାଇଛି । ଏହାସହ କମରେଇ, ତକବା, ମଣ୍ଡାମ , ନାକଚି ଗାଁରେ ରୋଷେଇ ନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ପ୍ରଶାସନ ପକ୍ଷରୁ ଲୋକଙ୍କୁ ଖାଇବା ଯୋଗାଇଦିଆଯାଇଛି ।