ରାଉରକେଲା ଷ୍ଟିଲ ପ୍ଲାଂଟ ଗ୍ୟାସ ଲିକ ଘଟଣା : ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲା ସେଲ ମୁଖ୍ୟାଳୟ; ବୋକାରୋ ଷ୍ଟିଲ ପ୍ଲାଂଟ ଇଡ଼ିଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ କରିବ ତଦନ୍ତ

ସେପଟେ ଏଯାଏଁ ଘଟଣାରେ ନିଲମ୍ବିତ ହେଲେଣି ୩ଜଣ

88

କନକ ବ୍ୟୁରୋ : ରାଉରକେଲା ଷ୍ଟିଲ ପ୍ଲାଂଟ ଗ୍ୟାସ ଲିକ ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲା ସେଲ ମୁଖ୍ୟାଳୟ । ବୋକାରୋ ଷ୍ଟିଲପ୍ଲାଂଟର ଇଡି ଅତନୁ ଭୌମିକଙ୍କ ନେତୃତ୍ୱରେ ୪ ଜଣିଆ ଟିମ ଘଟଣାର ତଦନ୍ତ କରିବେ । ସେଲ କୋଲକତାର ସିଜିଏମ ଏସ.କେ ଦାସ, ଭିଲାଇ ଷ୍ଟିଲ ପ୍ଲାଂଟର ସିଜିଏମ ଭି.କେ ଶ୍ରୀବାସ୍ତବ, ଦୁର୍ଗାପୁର ଷ୍ଟିଲ ପ୍ଲାଂଟର ସିଜିଏମ ଆର.କେ ସିହ୍ନା ଟିମରେ ଅଛନ୍ତି ।

ଗ୍ୟାସ ଲିକ ଘଟଣାରେ ଆଜି ଆଉ ଜଣେ ଅଧିକାରୀ ନିଲମ୍ବିତ ହୋଇଛନ୍ତି । ଗତକାଲି ଆରଏସପିର କୋଲ କେମିକାଲ ଡ଼ିପାଟମେଂଟରେ ଗ୍ୟାସ ଲିକ୍ ହୋଇ ୧୦ ଜଣ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ପ୍ରଥମେ ପ୍ଲାଂଟରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୪ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୬ଜଣ ସୁସ୍ଥ ଥିବା ଜଣାପଡ଼ିଛି । ଏହି ଘଟଣାରେ ଗତକାଲି ୨ ଅଧିକାରୀ ସସପେଣ୍ଡ କରାଯାଇଥିଲା । ଆଜି ଆଉ ଜଣେ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ଘଟଣାରେ ମୋଟ ୩ ଅଧିକାରୀଙ୍କୁ ନିଲମ୍ବିତ ହୋଇଛନ୍ତି ।