କାରଖାନାରୁ ଗ୍ୟାସ୍ ଲିକ୍, ମହାରାଷ୍ଟ୍ର ବଦଲାପୁରରେ ଆତଙ୍କ । ନିଶ୍ୱାସ ପ୍ରଶ୍ୱାସରେ ହେଉଛି କଷ୍ଟ, ଆତଙ୍କିତ ଅବସ୍ଥାରେ ଲୋକେ

Advertisment
କାରଖାନାରୁ ଗ୍ୟାସ୍ ଲିକ୍, ମହାରାଷ୍ଟ୍ର ବଦଲାପୁରରେ ଆତଙ୍କ ।  ନିଶ୍ୱାସ ପ୍ରଶ୍ୱାସରେ ହେଉଛି କଷ୍ଟ, ଆତଙ୍କିତ ଅବସ୍ଥାରେ ଲୋକେ

ଗତରାତିରେ ମହାରାଷ୍ଟ୍ରର ବଦଲାପୁରସ୍ଥିତ ରାସାୟନିକ କାରଖାନାରୁ ଗ୍ୟାସ୍‌ ଲିକ୍‌ ହେବାରୁ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇଯାଇଛନ୍ତି। ଶିରଗାଓଁ ଏମ୍‌ଆଇଡିସିରେ ଅବସ୍ଥିତ ‘ନୋବେଲ୍‌ ଇଣ୍ଟର୍‌ମିଡିଏଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ନାମକ ଏହି କାରଖାନା ଠାରୁ ତିନି କିଲୋମିଟର୍ ବ୍ୟାସାର୍ଦ୍ଧବ୍ୟାପୀ ବସବାସ କରୁଥିବା କେତେକ ଲୋକ ନିଶ୍ବାସପ୍ରଶ୍ବାସ ଏବଂ ଆଖି ପୋଡ଼ାଜନିତ କଷ୍ଟ ହୋଇଥିବା ଅଭିଯୋଗ କରିଥିଲେ।

ଗୁରୁବାର ରାତି ପ୍ରାୟ ୧୦.୨୨ରେ ଅଘଟଣ ଘଟିଥିବା ଏବଂ ଘଣ୍ଟାକ ଭିତରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିବା କଥା ଥାନେ ମ୍ୟୁନିସ୍‌ପାଲ୍‌ କର୍ପୋରେସନ୍‌ କହିଛି । ଗଣମାଧ୍ୟମ ସୂଚନା ଅନୁସାରେ, ଗୁରୁବାର ରାତି ୧୦.୨୨ରେ ମହାରାଷ୍ଟ୍ରର ବଦଲାପୁରସ୍ଥିତ ଗୋଟାଏ କାରଖାନାରୁ ଗ୍ୟାସ୍‌ ଲିକ୍‌ ହୋଇଥିବା ଜଣାପଡ଼ିଥିଲା। ସମ୍ପୃକ୍ତ ଅଞ୍ଚଳବାସୀ ନିଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା ଅନୁଭବ କରିଥିବା କହିଛନ୍ତି। ରାତି ୧୧.୨୪ରେ ଅଗ୍ନିଶମବାହିନୀ ଗ୍ୟାସ୍‌ ଲିକ୍‌ ବନ୍ଦ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। କେହି ଆହତ ହୋଇ ନାହାନ୍ତି । ମାତ୍ରାଧିକ ଉତ୍ତାପ ଯୋଗୁଁ ରାସାୟନିକ ପ୍ରତିକ୍ରିୟା ସଂଘଠିତ ହୋଇ ଗ୍ୟାସ୍‌ ଲିକ୍‌ ହୋଇଥିବା କଥା ମହାନଗର ନିଗମ କହିଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଅଳ୍ପ କେତେଜଣ ବ୍ୟକ୍ତିଙ୍କୁ ଆଖପାଖ ଅଞ୍ଚଳର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସାମାନ୍ୟ ଚିକିତ୍ସା କରାଯିବା ପରେ ଛାଡ଼ିଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe