ଗ୍ୟାସ ଟ୍ୟାଙ୍କର ତଳେ ପଶିଗଲା ବାଇକ, ଦୁର୍ଘଟଣା ପରେ ଲିକ୍ ହେଲା ଗ୍ୟାସ ।

99

କନକ ବ୍ୟୁରୋ : କଡ଼େଇ ଛକ ନିକଟରେ ଗ୍ୟାସ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାଜପୁର ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଭାରତ ପେଟ୍ରୋଲିୟମ ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ବାଇକ ସହ ଧକ୍କା ହୋଇଛି ଟ୍ୟାଙ୍କର। ବାଇକଟି ଗାଡ଼ି ତଳେ ପଶିଯିବା ଫଳରେ ଗ୍ୟାସ ଗାଡ଼ିର ଟାୟାର ଫାଟି ଯାଇଥିଲା। ଫଳରେ ବାଇକରେ ଥିବା ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ଆଉ ଏହି ଦୁଇ ଆହତଙ୍କୁ ବଡ଼ଚଣା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ପରେ ଗ୍ୟାସ ଗାଡ଼ିରୁ ଗ୍ୟାସ ଲିକ ହେବାରୁ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଭୟର ବାତାବରଣ ଖେଳି ଯାଇଥିଲା । ତେବେ ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି। ଗ୍ୟାସ୍ ନିଷ୍କାସନ ହୋଇଥିବାରୁ ଜାତୀୟ ରାଜପଥର ଗୋଟିଏ ପଟେ ଗାଡି ଯିବା ଆସିବା କରୁଥିବା ବେଳେ ଅନ୍ୟପଟରେ ଗାଡି ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ବଡଚଣା ପୋଲିସ ପହଞ୍ଚି ଯାଞ୍ଚ କରୁଛି ।