ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ଗ୍ୟାସ୍ ଲିକ୍ ଯୋଗୁଁ ରାସ୍ତା ବନ୍ଦ ।

400

କନକ ବ୍ୟୁରୋ: ଗଞ୍ଜାମ ଆସିକା-ଭୁବନେଶ୍ୱର ଜାତୀୟ ରାଜପଥରେ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟି ପଡ଼ିଛି ଗ୍ୟାସ୍ ଟ୍ୟାଙ୍କର । ହରିଡ଼ାମୂଳଠାରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଟ୍ୟାଙ୍କରରୁ ଗ୍ୟାସ୍ ଲିକ୍ ହେଉଥିବା ଜଣାପଡ଼ିଛି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଗ୍ୟାସ୍ ଲିକ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିବାର ଆଶଙ୍କା ଥିବାରୁ ରାସ୍ତାରେ ଯାନବାହାନ ଚଳାଚଳକୁ ବନ୍ଦ କରି ତ୍ୱରିତ ପଦକ୍ଷେପ ନିଆଯାଉଛି । ଘଟଣା ଉପରେ ସତର୍କ ନଜର ରଖିଛନ୍ତି ଅଗ୍ନିଶମ କର୍ମଚାରୀ ।