କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବସ୍ତା ବାଲିଆପାଳ ରାସ୍ତାର ଜାମସୁଳି ଛାକ ନିକଟରେ ଦୁର୍ଘଟଣା । ୧୧ କେଭ଼ି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଏବଂ ହେଲପର । ସୂଚନା ଅନୁଯାଇ ଗତକାଲି ଅପରାହ୍ନରେ ବାଲିଆପାଳ ପଟୁ ଗ୍ୟାସ ସିଲିଣ୍ଡର ବୋଝେଇ କରି ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରକ ଜାମସୁଳି ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଥିବା ଏକ ୧୧ କେଭି ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଥିଲା ।

Advertisment

ଦୁର୍ଘଟଣା ପରେ ଟ୍ରକର ଡ୍ରାଇଭର ଏବଂ ହେଲପର ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ତେବେ ଟ୍ରକରେ ଖାଲି ସିଲିଣ୍ଡର ଥିବାରୁ କୌଣସି ଘଟଣା ଘଟିନଥିଲା । ଫଳରେ ଗୋଟିଏ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ସ୍ଥାନୀୟ ଲୋକେ । ଖବର ପାଇ ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ନୟନ ଯୋଡିରୁ ବାହାର କରି ଅଧିକ ତଦନ୍ତ କରୁଛି । ଗାଡି ଚାଲକର ବେପାରୁଆ ଗାଡି ଚାଳନା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।