ରୋଷେଇ ଗ୍ୟାସ ସିଲିଣ୍ଡର ବୁକ କରିବା ହେଲା ସହଜ । ମାତ୍ର ଗୋଟିଏ ମିସ କଲରେ ଘରେ ପହଞ୍ଚିବ ଏଲପିଜି ସିଲିଣ୍ଡର । ଅଣ୍ଡିଆନ ଅଏଲ ଏବେ ନିଜ ଗ୍ରାହକଙ୍କୁ ଦେଉଛି ଏଭଳି ସୁବିଧା ।

132

କନକ ବ୍ୟୁୁରୋ: ରୋଷେଇ ଗ୍ୟାସ ସିଲିଣ୍ଡର ବୁକ କରିବା ହେଲା ସହଜ । ଏଣିକି ସିଲିଣ୍ଡର ବୁକ କରିବା ଆପଣଙ୍କ ହାତ ମୁଠାର କାମ । ମାତ୍ର ଗୋଟିଏ ମିସ କଲ ମାରିଲେ ଆପଣଙ୍କ ଘରେ ପହଞ୍ଚିଯିବ ଗ୍ୟାସ ସିଲିଣ୍ଡର । ଇଣ୍ଡିଆନ ଅଏଲ ଏବେ ନିଜ ଗ୍ରାହକମାନଙ୍କୁ ଏହି ସହଜ ସେବା ଯୋଗାଇ ଦେବ । ଫଳରେ ଆପଣ ଘରେ ବସି ବସି ଇଣ୍ଡିଆନ ଅଏଲର ଏହି ସୁବିଧାକୁ ଉପଭୋଗ କରିପାରିବେ ।

ଇଣ୍ଡିଆନ ଅଏଲ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ଆଉ ମିସ କଲ ପାଇଁ ୮୪୫୪୯୫୫୫୫୫ ନମ୍ବର ଜାରି କରିଛି । ଆପଣଙ୍କୁ କେବଳ ଆପଣଙ୍କ ରେଜିଷ୍ଟର ନମ୍ବରରୁ ଏହି ନମ୍ବରକୁ କଲ କରିବାକୁ ହେବ । ଏହାସହ ଓଡିଶା ଓ କୋଟାର ଗ୍ରାହକଙ୍କ ପାଇଁ ଆଉ ଏକ ସୁବିଧା ଉପଲବ୍ଧ କରାଇଛି ଇଣ୍ଡିଆନ ଅଏଲ । ଏହି ନମ୍ବରରେ ମିସକଲ ଦେଇ ଏହି ରାଜ୍ୟର ଗ୍ରାହକ ମାନେ ନୂଆ କନେକ୍ସନ ନେଇ ପାରିବେ । ଆଉ ସବୁଠାରୁ ବଡ କଥା ହେଉଛି ଏଥିପାଇଁ ସେମାନଙ୍କୁ କୌଣସି ଅତିରିକ୍ସ ଦେୟ ଦେବାକୁ ପଡିବ ନାହିଁ ।

ଆପଣ ଦେଶର ଯେକୌଣସି ବି ସ୍ଥାନରେ ଥାଇ ଏବେ ଇଣ୍ଡିଆନ ଅଏଲର ଏଲପିଜି ସିଲିଣ୍ଡର ବୁକ କରିପାରିବେ । ମିସ କଲ ମାଧ୍ୟମରେ ଗ୍ୟାସ ସିଲିଣ୍ଡର ବୁକିଂର ସେବା ଆଇଓସି ଗତ ଫେବୃଆରୀ ମାସରେ ଆରମ୍ଭ କରିଥିଲା । ହେଲେ ଏହି ସେବା ଆରମ୍ଭ ହେବା ନେଇ ଏବେ ଟ୍ୱିଟ କରି ସୂଚନା ଦେଇଛି ଇଣ୍ଡିଆନ ଅଏଲ । ପୂର୍ବରୁ ଗ୍ରାହକମାନେ କଷ୍ଟମର କେୟାରକୁ ଯାଇ ଦୀର୍ଘ ସମୟ ଧରି କଲ ହୋଲ୍ଡରେ ରଖି ସିଲିଣ୍ଡର ବୁକିଂ କରୁଥିଲେ । ହେଲେ ଏବେ ଆଉ ଏମିତି କରିବାକୁ ପଡିବ ନାହିଁ । ଗୋଟିଏ ମିସ କଲରେ ଏବେ ଆପଣଙ୍କ ଘରେ ପହଞ୍ଚି ଯିବ ।

ତେବେ ଆହୁରି ଅନେକ ସୁବିଧା ବାଟ ଅଛି ଯାହା ମାଧ୍ୟମରେ ଆମେ ଗ୍ୟାସ ସିଲିଣ୍ଡର ବୁକିଂ କରିପାରିବା । ଆଇଓସି ବ୍ୟତୀତ ଏଚପିସିଏଲ ଓ ବିପିସିଏଲର ଗ୍ରାହକ ମାନେ ଏସଏମଏସ ଓ ହ୍ୱାଟ୍ସଆପ କରି ଗ୍ୟାସ ସିଲିଣ୍ଡର ବୁକ କରିପାରିବେ ।

ଆଇଓସିର ଗ୍ରାହକ ଇଣ୍ଡେନ ଗ୍ୟାସ ବୁକ କରିବା ପାଇଁ ନିଜ ରେଜିଷ୍ଟର ଫୋନ ନମ୍ବରରୁ ୭୭୧୮୯୫୫୫୫୫ କଲ କରି ବୁକ କରିପାରିବେ । ସେହିପରି ହ୍ୱାଟ୍ସଆପ ମେସେଜରେ ମଧ୍ୟ ଆପଣ ଗ୍ୟାସ ସିଲିଣ୍ଡର ବୁ କରିପାରିବେ । ଆପଣଙ୍କ ରେଜିଷ୍ଟର ନମ୍ବରରେ ଜଋୠଓଖଖ ଲେଖି ଆପଣ ୭୫୮୮୮୮୮୮୨୪ ନମ୍ବରରେ ହ୍ୱାଟ୍ସଆପ କରିପାରିବେ । ଏହାପରେ ଗ୍ୟାସ ସିଲିଣ୍ଡର ଆପଣଙ୍କ ଘରେ ପହଞ୍ଚି ଯିବ ।