କନକ ବ୍ୟୁରୋ: ଗ୍ୟାସ୍ ସିଲିଣ୍ଡର ଫାଟି ୫ ଗୁରୁତର, ଜଣେ ଆହତ । ଗୋଟିଏ ପରିବାରର ୬ ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନୁଗୁଳ ତଳମୂଳ ପାଟଣା ସାହିରେ ଆଜି ଏଭଳି ଅଘଟଣ ଘଟିଛି । ସୂଚନା ଅନୁସାରେ, ସ୍ଥାନୀୟ ଅଂଚଳର ସର୍ବେଶ୍ୱର ସାହୁଙ୍କ ସ୍ତ୍ରୀ ସୁମିତ୍ରା ସାହୁ ଘରେ ମାଛ ଭାଜୁଥିବା ବେଳେ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇଥିବା ଜାଣି ପୁଅ ସଂଗ୍ରାମଙ୍କୁ ଡାକିଥିଲେ । ସଂଗ୍ରାମ ଗ୍ୟାସ୍ ଟାଙ୍କିଟିକୁ ଘର ବାହାରକୁ ଫିଙ୍ଗି ଦେଇଥିଲେ ।