ଘର ଭିତରେ ଫାଟିଲା ଗ୍ୟାସ୍ ଟାଙ୍କି, ଜଳିଗଲା ଆସବାବପତ୍ର, ଜଣେ ଗୁରୁତର ।

130

କନକ ବ୍ୟୁରୋ : ଘର ଭିତରେ ଫାଟିଲା ଗ୍ୟାସ୍ ଟାଙ୍କି । ଆଖିଆଗରେ ଜଳିଗଲା ଦୁଇ ବଖରା ଘର । ପୁରୀ ଜିଲ୍ଲା କଣାସ ଜାଗୁଳାଇପଦର ଗାଁରେ ଏଭଳି ଅଗ୍ନିକାଣ୍ଡ ହୋଇଛି । ଫଳରେ ଦୁଇ ବଖରା ଘର ଜଳିଯିବା ସହ ଆସବାବପତ୍ର ନଷ୍ଟ ହୋଇଯାଇଛି ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡ ହୋଇଥିବା ଘର ନିକଟରେ ସ୍କୁଲ ରହିଛି । ସ୍କୁଲ ହତାକୁ ଲାଗି ଘରଟି ରହିଛି । ତେବେ ସ୍କୁଲ ଛୁଟିଥିବାରୁ ବଡ ଅଘଟଣ ଟଳିଯାଇଛି । ଏହି ଅଗ୍ନିକାଣ୍ଡରେ କାହାର ଜୀବନହାନି ହୋଇନଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଅଧିକ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।