ବ୍ରହ୍ମପୁର ସ୍ଥିତ ସ୍ଥାନୀୟ କୁଠାରୀ ମନ୍ଦିର ଗାଈଗୋଠ ସାହିରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ : ପାଇପରେ ନିଆଁ ଲାଗି ଫାଟି ଥିବା ସୂଚନା

Advertisment
ବ୍ରହ୍ମପୁର ସ୍ଥିତ ସ୍ଥାନୀୟ କୁଠାରୀ ମନ୍ଦିର ଗାଈଗୋଠ ସାହିରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ : ପାଇପରେ ନିଆଁ ଲାଗି ଫାଟି ଥିବା ସୂଚନା

କନକ ବ୍ୟୁରୋ : ବ୍ରହ୍ମପୁର କୁଠାରୀ ମନ୍ଦିର ସାହିରେ ଘଟିଛି ଅଭାବନୀୟ ଘଟଣା । କାଳିଆ ଗୌଡଙ୍କ ପତ୍ନୀ ରୋଷେଇ କରୁଥିବା ବେଳେ ହଠାତ ଗ୍ୟାସ ସିଲିଣ୍ଡର ପାଇପରେ ନିଆଁ ଲାଗି ଯାଇଥିଲା । ନିଜ ଜୀବନ ବଂଚାଇବା ପାଇଁ ଘର ବାହାରକୁ ଦୌଡ଼ି ଆସିଥିଲେ ପରିବାର ସଦସ୍ୟ । ଏନେଇ ସାହିବାସୀଙ୍କୁ ସୂଚନା ଦେଇଥିଲେ । ଗାଁରେ ଏନେଇ କହିବା ଭିତରେ ନିଆଁର ପ୍ରଭାବ ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ, ନିଆଁକୁ ସ୍ଥାନୀୟ ବାସିନ୍ଦା ଆୟତ କରିପାରିନଥିଲେ । ତୁରନ୍ତ ଦମକଳ ବାହିନୀକୁ ସୂଚନା ଦିଆଯାଇଥିଲା । କିନ୍ତୁ ନିଆଁର ପ୍ରଭାବ ଅତ୍ୟଧିକ ରହିଥିବାରୁ ଗ୍ୟାସ ହାଣ୍ଡିଟି ଫାଟି ଯାଇଥିଲା । ଏହି ଘଟଣାରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe