ଗ୍ୟାସ ଟାଙ୍କି ଫାଟି ଯାଜପୁର ଖଇରାବାଦରେ ଅଘଟଣ: ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୫ ଗୁରୁତର; ସମସ୍ତଙ୍କୁ କଟକ ସ୍ଥାନାନ୍ତର

613

କନକ ବ୍ୟୁରୋ: ଯାଜପୁର ଖଇରାବାଦ କଳିନ୍ଦ୍ରାବାଦ ଗାଁରେ ଅଘଟଣ । ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୫ ଗୁରୁତର ହୋଇଛନ୍ତି । ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ପାଇପ ମୋଡି ହୋଇଥିବାରୁ ଏହାକୁ ସଜାଡୁଥିବା ସମୟରେ ହଠାତ ଟାଙ୍କିରୁ ପାଇପ ଅଲଗା ହୋଇଯାଇଥିଲା । ଫଳରେ ଟାଙ୍କି ବହୂୁତ ଜୋରରେ ଫାଟିବା ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ କଟକକୁ ସ୍ଥାନାନ୍ତର କରିବାକୁ ବ୍ୟବସ୍ତା କରାଯାଉଛି ।