ଟିମ୍ ଇଣ୍ଡିଆକୁ ବିଶ୍ୱବିଜେତା ବନାଇଥିବା କୋଚଙ୍କ ଉପରେ ପାକିସ୍ତାନର ନଜର । ଗ୍ୟାରି କ୍ରିଷ୍ଟେନଙ୍କୁ କୋଚ୍ କରିବାକୁ ଚାହୁଁଛି ପିସିବି ।

226

କନକ ବ୍ୟୁରୋ : ଟିମ୍ ଇଣ୍ଡିଆକୁ ବିଶ୍ୱବିଜେତା ବନାଇଥିବା କୋଚଙ୍କ ଉପରେ ପାକିସ୍ତାନର ନଜର । ମିସବା ଉଲ ହକଙ୍କ ସ୍ଥାନରେ ଗ୍ୟାରି କ୍ରିଷ୍ଟେନଙ୍କୁ ପାକିସ୍ତାନ କ୍ରିକେଟ୍ ଟିମର ସ୍ଥାୟୀ କୋଚ୍ କରିବାକୁ ଚାହୁଁଛି ପାକିସ୍ତାନ କ୍ରିକେଟ୍ ବୋର୍ଡ । ୨୦୧୧ ଦିନିକିଆ ବିଶ୍ୱକପ୍ ବିଜେତା ଭାରତୀୟ ଦଳର କୋଚ୍ ରହିଥିଲେ ଗ୍ୟାରି କ୍ରିଷ୍ଟେନ । ତେବେ ପାକିସ୍ତାନ ଏବଂ ତାଙ୍କୁ ନିଜ ଦଳର କୋଚ୍ କରିବାକୁ ଚାହୁଁଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ତେବେ ଟି-୨୦ ବିଶ୍ୱକପ୍ ପୂର୍ବରୁ ପାକିସ୍ତାନ ଟିମର ହେଡ୍ କୋଚ ପଦରୁ ମିସବା ଉଲ୍ ହକ୍ ଏବଂ ବୋଲିଂ କୋଚ୍ ପଦରୁ ୱାକର ୟୁନିସ୍ ଇସ୍ତଫା ଦେଇଛନ୍ତି । ତେଣୁ ପୂର୍ବତନ ଅଫ୍ ସ୍ପିନର ସକଲେନ୍ ମୁସ୍ତାକଙ୍କୁ ଟି-୨୦ ବିଶ୍ୱକପ୍ ପାଇଁ ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ଦେଇଛି ପିସିବି । ସେହିପରି ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକଙ୍କୁ ବୋଲିଂ କୋଚ୍ ଭାବେ ଦାୟିତ୍ୱ ଦିଆଯାଇଛି ।