କନକ ବ୍ୟୁରୋ: ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂଆ ପ୍ରୟାସ “ଥିଲେ ଦିଅ, ନଥିଲେ ନିଅ” । ଏହି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ସଂଗୃହିତ ନୂଆ ଓ ପୁରୁଣା ବସ୍ତ୍ରଗୁଡିକୁ ଭୁବନେଶ୍ୱର ସ୍ଥିତ ସାଇନ୍ସ ପାର୍କ ବସ୍ତିଠାରେ ବଂଟା ଯାଇଛି । ଏଠାରେ ୨୦୦ ନୂଆ କମ୍ବଳ, ନୂଆ ଓ ପୁରୁଣା ବସ୍ତ୍ର ବଂଟା ଯାଇଥିଲା । “ଥିଲେ ଦିଅ, ନଥିଲେ ନିଅ” କାର୍ଯ୍ୟକ୍ରମ ମାଧ୍ୟମରେ ସଂଗ୍ରହ କରାଯାଇଥିବା ନଆ ଓ ପୁରୁଣା ବସ୍ତ୍ରଗୁଡିକୁ ଯେଉଁମାନଙ୍କର ବସ୍ତ୍ରର ଅଭାବ ଅଛି ସେହିମାନଙ୍କୁ ଦିଆଯାଇଛି ।
ବସ୍ତ୍ର ଅଭାବ ଥିବା ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ‘ଉଡ୍ର’ ତରଫରୁ ଏହି ପ୍ରୟାସ କରାଯାଇଛି । ଯେଉଁମାନଙ୍କ ପାଖରେ ବଳକା ବସ୍ତ୍ର ଅଛି କିମ୍ବା ନୂଆ ବସ୍ତ୍ରଦାନ କରିବାପାଇଁ ଇଚ୍ଛା ଅଛି ସେମାନେ ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ଏହି ଅଭିଯାନରେ ଦେଇପାରିବେ ବୋଲି ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ କହିଛନ୍ତି । ସେହିଭଳି ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ପରାମର୍ଶଦାତା ଆକାଶ ଦାସ ନାୟକ କହିଛନ୍ତି ଏପରି କରିବା ଦ୍ୱାରା ଜଣେ ନିଜ ପୁରୁଣା ବସ୍ତ୍ରକୁ ଏକ ନୂଆ ଜୀବନ ଦେଇପାରିବେ । ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ ସମସ୍ତଙ୍କୁ ସେ ନିବେଦନ କରିଠଛନ୍ତି । ପୂର୍ବବର୍ଷ ୩୦ ହଜାରରୁ ଉର୍ଦ୍ଧ ପୁରୁଣା ଓ ନୂଆ ବସ୍ତ୍ର ବଂଟନ କରାଯାଇଛି ।