ଆକାଶଛୁଆଁ ରସୁଣ ଦର । ରେଟ୍ ଶୁଣି ଲାଗୁଛି ଡର ।

473

କନକ ବ୍ୟୁରୋ: ଆକାଶଛୁଆଁ ରସୁଣ ଦର । ପିଆଜ, ଟମାଟୋ ପରେ ଏବେ ରସୁଣ ଦରରେ ଲାଗିଛି ନିଆଁ । ଅଧିକାଂଶ ସହରରେ ଗୋଟେ କେଜି ରସୁଣ ୪୫୦ରୁ ୫ଶହ ଟଙ୍କାରେ ବିକ୍ରି ହେଉଛି । ମହାରାଷ୍ଟ୍ର, ରାଜସ୍ଥାନଓ ଉତରପ୍ରଦେଶରୁ ପ୍ରାୟତ ରସୁଣ ଆମଦାନୀ ହେଉଥିବାବେଳେ ଚଳିତଥର ଭଲ ଫସଲ ହୋଇନି । ତେଣୁ ଚାଷୀଙ୍କଠୁ ନେଇ ଗ୍ରାହକ ଏବେ ରସୁଣ ପାଇଁ ବେଶ ଅଧିକ ଦାମ ଦେଉଛନ୍ତି ।ସେପଟେ ବିନା ରସୁଣରେ ରୋଷେଇ ଘରର ସ୍ୱାଦ କମିଛି ।