ଡାଇବେଟିସ୍ ରୋଗୀଙ୍କ ପାଇଁ ପାଇଁ ରାମବାଣ ସାଜିଥାଏ ‘ରସୁଣ’ । ସୁଗାର୍ ଲେବଲକୁ କରେ ନିୟନ୍ତ୍ରଣ

646

ଦୁନିଆରେ ଡାଇବେଟିସ୍ ରୋଗୀଙ୍କ ସଂଖ୍ୟା ତୀବ୍ର ଭାବେ ବଢିଚାଲିଛି ଯାହାର ପ୍ରମୁଖ କାରଣ ହେଉଛି ଖାଦ୍ୟପେୟରେ ଅନୀୟମିତତା । ଥରେ ଡାଇବେଟିସ୍ ଶରୀରକୁ ଗ୍ରାସ କଲେ ଏହା ସାରା ଜୀବନ ମଣିଷକୁ ନାକେଦମ୍ କରିଥାଏ । ଏଥିରେ ସବୁଠାରୁ ବଡ଼ ଅସୁବିଧା ହେଉଛି ବ୍ଲଡ଼୍ ସୁଗାର୍ ଲେବଲକୁ ନିୟନ୍ତ୍ରଣରେ ରଖିବା । ଆଜିର ସମୟରେ ଖାଦ୍ୟରେ ଅନୀୟମିତତା କାରଣରୁ ବ୍ଲଡ଼୍ ସୁଗାର୍ ଲେବଲରେ ନିୟନ୍ତ୍ରଣ ନ ରହିବା ଏକ ସାଧାରଣ କଥା ହୋଇଯାଇଛି । ସେଥିପାଇଁ ଡାଇବେଟିସ୍ ରୋଗୀଙ୍କୁ ନିତିଦିନିଆ ଜୀବନଶୈଳୀରେ ପରିବର୍ତ୍ତନ କରିବା ଉପରେ ବିଶେଷ ଧ୍ୟାନ ଦିଆଯାଇଥାଏ ଏବଂ ମିଠା ଖାଇବାକୁ ବାରଣ କରାଯାଏ କାରଣ ଏଥିରେ ସୁଗାର୍ ଲେବଲ ବଢିଥାଏ । ତେବେ ଆସନ୍ତୁ ଜାଣିବା ବ୍ଲଡ଼୍ ସୁଗାର୍ ଲେବଲକୁ କଣ୍ଟ୍ରୋଲ୍ କରିବାରେ ରସୁଣ କେମିତି ଲାଭଦାୟକ ହୋଇଥାଏ ।

ବିଶେଷଜ୍ଞଙ୍କ କହିବାନୁସାରେ , ରସୁଣରେ ଥିବା ଆମିନୋ ଏସିଡ଼୍ ହୋମୋସିଷ୍ଟିନ୍ ର ମାତ୍ରାକୁ କମ୍ କରିବାରେ ସହାୟକ ହୁଏ । ଯାହାଦ୍ୱାରା ରକ୍ତରେ ଥିବା ସୁଗାର୍ ଲେବଲ୍ କଣ୍ଟ୍ରୋଲ୍ କରିବାରେ ସହଜ ହୁଏ । ସୁଗାର୍ ଲେବଲକୁ ନିୟନ୍ତ୍ରଣରେ ରଖିବା ପାଇଁ ଖାଲି ପେଟରେ ମଧ୍ୟ ରସୁଣକୁ ଖାଇପାରିବେ । ଏହାଛଡ଼ା ରସୁଣକୁ ଭାଜି ମଧ୍ୟ ଖାଇପାରିବେ । ଗରମ ସୋରିଷ ତେଲରେ ରସୁଣ ପକାଇ ଅଳ୍ପ ଭାଜି ଏଥିରେ କଳାଲୁଣ ମିଶାଇ ଖାଇପାରିବେ ।

ଗଣ୍ଠି ଦରଜ ପାଇଁ ମଧ୍ୟ ଖୁବ୍ ହିତକାରୀ ରସୁଣ :
ରସୁଣରେ ଆଣ୍ଟି-ଅକ୍ସିଡ଼େଣ୍ଟ୍ ଏବଂ ଆଣ୍ଟି-ଇନ୍ଫମେଟରୀ ଗୁଣ ଗଣ୍ଠି ଦରଜକୁ କମ୍ କରିବାରେ ସହାୟକ ହୋଇଥାଏ । ରସୁଣକୁ ନିୟମିତ ଆହାରରେ ସାମିଲ୍ କରିବା ବହୁତ ଭଲ କିନ୍ତୁ ଏହା ପୂର୍ବରୁ ଡ଼ାକ୍ତରଙ୍କ ସହ ପରାମର୍ଶ କରିବା ମଧ୍ୟ ନିତାନ୍ତ ଆବଶ୍ୟକ ।

ଇମ୍ୟୁନିଟି ବଢାଏ ରସୁଣ : ଭିଟାମିନ୍-ସି ,ବି-୬,ସେଲେନିୟମ୍ ଏବଂ ମେଗନିଜରେ ଭରପୁର ରସୁଣ ଇମ୍ୟୁନିଟି ବଢିବାରେ ସହାୟକ ହୁଏ । ଶରୀରର ଅନେକ ରୋଗ ସହ ଲଢିବାର କ୍ଷମତାକୁ ବଢାଇଥାଏ ରସୁଣ ।