ଗରିବ ହେଲେ ମଲ

30

ଗଲା ସପ୍ତାହେ ଧରି ପଶ୍ଚିମ ଓଡିଶା ସିଝୁଛି । ପ୍ରତିି ସହରରେ ତାପମାତ୍ରା ୪୦ ଉପରେ । ଗତକାଲି ଟିଟିଲାଗଡରେ ପାରଦ ୪୭ ଡିଗ୍ରୀ ସେଲସିୟସ୍ ଛୁଇଁ ସାରିଥିବା ବେଳେ ସମ୍ବଲପୁରର ତାପମାତ୍ରା ଥିଲା ୪୪.୮ । ଏ ସାଂଘାତିକ୍ ଖରାରେ ବୁର୍ଲା ବଡ ମେଡିକାଲ୍ରେ ପହଂଚିଥିଲା କନକ ନ୍ୟୁଜ୍ ଟିମ୍ । ଆଉ ଦେଖିଥିଲା ଗରିବ ହେଲେ ମଲର ଆଉ ଏକ ଚିତ୍ର ।

ଗୋଟିଏ ରୋଗ, ଅନେକ ପରୀକ୍ଷା । ବଡ ମେଡିକାଲ୍ ଭିଡକୁ ଆଡେଇ ରୋଗୀ ଘୂରି ବୁଲୁଛନ୍ତି ୱାର୍ଡ ରୁ ୱାର୍ଡ ବିଭାଗ ରୁ ବିଭାଗ । ୪୦ ଡିଗ୍ରୀର ତାତି । ଗରମର ଗୁଳୁଗୁଳି ସହ ଏଠି ଚାଲିଛି ଗରିବଙ୍କ ଯୁ୍ଦ୍ଧ । ଷ୍ଟ୍ରେଚ୍ରରେ ନିସ୍ତେଜ୍ ଅବସ୍ଥାରେ ପଡି ରହିଥିବା ଏ ରୋଗୀଙ୍କୁ ଦେଖିଲେ ଜଣାପଡୁଛି, କେତେ ସାଂଘାତିକ୍ ଥିବ ତାଙ୍କ ସ୍ୱାସ୍ଥ୍ୟବସ୍ଥା । ଯେଉଁଠି ଟାଣଖରା ସୁସ୍ଥ ମଣିଷକୁ ମାରି ଦେଉଛି, ଏ ରୋଗୀମାନଙ୍କ ଅବସ୍ଥା କଣ ହେଉଥିବ,ଆପଣ ଅନୁମାନ କରି ପାରୁଥିବେ ।

ଅଭାବୀ ମଣିଷଙ୍କ ଭାଗ୍ୟ ସହ ଲଢେଇର ଏ ଚିତ୍ର କେବଳ ଆମକୁ ତ ବିବ୍ରତ କରୁଥିଲା, ହେଲେ ସରକାରଙ୍କ ସ୍ୱାସ୍ଥ୍ୟସେବାକୁ ଉପହାସ କରୁଥିଲା । ଏତେବଡ ମେଡିକାଲରେ ବିଭାଗରୁ ବିଭାଗ ମଧ୍ୟର ଷ୍ଟ୍ରେଚ୍ର ବ୍ୟବସ୍ଥା କାହିଁକି ହୋଇନି , କାହିଁକି ଖୋଲା ଆକାଶ ତଳେ ରୋଗୀ ଯାଆ ଆସ କରୁଛ୍ନ୍ତି । ଆଶା କରୁଥିଲୁ ଏ ପ୍ରଶ୍ନର ଉତର ହୁଏତ ମେଡିକାଲ୍ କର୍ତୁପକ୍ଷ ଦେଇ ପାରିବେ ।

 

ଅଭିଜ୍ଞ ଡାକ୍ତର ହୁଅନ୍ତୁ ଅବା କମ ଖର୍ଚ୍ଚରେ ସେବା ଏମିତି କିଛି ଭାବି ରୋଗୀ ଆସିଥାଏ ବଡ ମେଡିକାଲ୍କୁ । ହେଲେ ଏଭଳି ଅଭାବନୀୟ ଚିତ୍ରର ପଶରା ମେଲିଛନ୍ତି ରାଜ୍ୟର ସମସ୍ତ ମେଡିକାଲ୍ କଲେଜ୍ । ଆଉ ଏ ଦୃଶ୍ୟ ଦେଖିଲେ ମନକୁ ଆସେ ସେହି ଗୋଟିଏ କଥା –ଗରିବ ହେଲେ ମଲ