ରେଳଯାତ୍ରୀ ଧ୍ୟାନ ଦିଅନ୍ତୁ : ଗରୀବ ରଥ ସ୍ଥାନରେ ଆସିବ ହମସଫର । ଯାତ୍ରୀଙ୍କ ଉପରେ ମହଙ୍ଗା ମାଡ଼ କରିବ ଭାରତୀୟ ରେଳବାଇର ନିଷ୍ପତ୍ତି

33

ବଜେଟ୍ ଅନୁକୂଳ ଗରୀବ ରଥ ଅତି ଶୀଘ୍ର ୨୯ ସେପ୍ଟେମ୍ବର, ୨୦୧୮ରୁ ହମସଫର ଏକ୍ସପ୍ରେସ ଦ୍ୱାରା ପୁନଃସ୍ଥାପିତ କରାଯିବ । ନୂତନ ପରିବର୍ତ୍ତନ ସହିତ ଚେନ୍ନାଇରୁ ନୂଆ ଦିଲ୍ଲୀ ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ଅଧିକ ଟଙ୍କା ଦେଇ ଯାତ୍ରା କରିବାକୁ ପଡ଼ିବ । ଏହି ନିଷ୍ପତ୍ତି ୩୦ ଅଗଷ୍ଟ ୩୦ ରେ ଭାରତୀୟ ରେଲୱେ ବୋର୍ଡ ଦ୍ୱାରା ନିଆଯାଇଛି । ଉତ୍ତର ଓ ଦକ୍ଷିଣ ରେଳବାଇ ୨୯ ସେପ୍ଟେମ୍ବର ଠାରୁ ଗରୀବ ରଥ ଏକ୍ସପ୍ରେସ୍ ଟ୍ରେନ ଗୁଡିକର ବୁକିଙ୍ଗକୁ ବନ୍ଦ କରି ଦିଆଯିବ ଓ ନୂଆ ଟ୍ରେନ୍ ଭଡ଼ା ସହିତ ହମସଫର ଟ୍ରେନର ପରିଚାଳନା କରାଯିବ । ଅଳ୍ପ ବଜେଟର ତୃତୀୟ ଏସି ଏକ୍ସପ୍ରେସ୍ ଟ୍ରେନ୍ ଗରୀବ ରଥକୁ ଭାରତୀୟ ରେଳବାଇ ଉଠାଇନେବା ନିଷ୍ପତ୍ତି ପରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ହମସଫର ଏକ୍ସପ୍ରେସର ଭଡ଼ା ୨,୨୦୦ ଟଙ୍କାରୁ ଆରମ୍ଭ ହୋଇଥାଏ, ଯାହାକି ଚାହିଦା ସହିତ ବଢ଼ିବାର ଆଶା କରାଯାଉଛି । ରେଳବାଇର ନିଷ୍ପତ୍ତି ରେ ହମସଫର ଏକ୍ସପ୍ରେସ୍ ରେ ତୃତୀୟ ଏସି କୋଚ୍ ପାଇଁ ୧୦୦୦ ଟଙ୍କାରୁ ୨୦୦୦ ଟଙ୍କା ପ୍ରତି ମୁଣ୍ଡ ପିଛା ବୃଦ୍ଧି ହେବ ।

ମହଙ୍ଗା ଏକ୍ସପ୍ରେସ୍ ସହିତ ଗରୀବ ରଥକୁ ବଦଳାଇବା ଦ୍ୱାରା ଯାତ୍ରୀ ବହୁତ ପ୍ରଭାବିତ ହେବେ କାହିଁକିନା ଟିକେଟ୍ ମୂଲ୍ୟ ମହଙ୍ଗା ହେବ । କମ୍ ମୂଲ୍ୟରେ ଏସି କୋଚ୍ ଯାତ୍ରା ଯୋଗାଇ ଦେବା ପାଇଁ ୨୦୦୫ରେ ଗରୀବ ରଥ ଟ୍ରେନ୍ ର ଆରମ୍ଭ କରାଯାଇଥିଲା । ଏପର୍ଯ୍ୟନ୍ତ ସାରା ଦେଶରେ ପାଖାପାଖି ୨୬ ଟ୍ରେନ୍ ଚାଲୁଛି ।