କନକ ବ୍ୟୁରୋ: ଖବର ପ୍ରସାରଣ ପରେ ପଡିଲା ପ୍ରଭାବ । ଆବର୍ଜନା ମୁକ୍ତ ହେଲା ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ । ପୁଷ୍କରିଣୀରେ କୁଢ କୁଢ ଆବର୍ଜନା କରି ରହିଥିଲା । କାର୍ତ୍ତିକ ମାସରେ ଆବର୍ଜନା ପଡିବା ନେଇ ହବିଷିଆଳି ମାନେ ଅଭିଯୋଗ ଆଣିଥିଲେ । ପୂର୍ବରୁ ମଧ୍ୟ ପୁଷ୍କରିଣୀ ସଫା ନେଇ ବହୁବର ଅଭିଯାଗ ହୋଇ ଆସୁଥିଲା । ହେଲେ ପ୍ରଶାସନ ଯେମିତି ପାଲଟିଥିଲା ନିଦା ବିଷ୍ଣୁ । ପରେ କାର୍ତିକ ମାସରେ ହବିଷିଆଳି ମାନେ ଏନେଇ ଅଭିଯୋଗ ଆଣିଥିଲେ । ଆଉ ଶେଷରେ ସଫା ହୋଇଛି ପୁଷ୍କରିଣୀ । ଯାହାକୁ ନେଇ ଧନ୍ୟବାଦ ଦେଇଛନ୍ତି ଶହଶହ ହବିଷିଆଳି ମାନେ ।

Advertisment