ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅଳିଆ ଗଦାରେ ପରିବର୍ତ୍ତନ କରିଦେଲେ ପର୍ଯ୍ୟଟକ ! ମନାଲିରେ ଯେଉଁଠିକୁ ବି ଗଲେ ଦେଖାଗଲା କୁଢ କୁଢ ଅଳିଆ

108

ପ୍ରଚଣ୍ଡ ରୌଦ୍ର ତାପରୁ ଆରାମ ପାଇବା ପାଇଁ ହିମାଚଳ ପ୍ରଦେଶର ପ୍ରସିଦ୍ଧ ପର୍ଯ୍ୟଟନ ନଗରୀ ମନାଲୀରେ ପର୍ଯ୍ୟଟକଙ୍କ ଖୁବ୍ ଗହଳି ଜମିଥିଲା । ଗ୍ରୀଷ୍ମଛୁଟି କାଟିବା ପାଇଁ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସିଥିଲେ । ତେବେ ଏହି ପର୍ଯ୍ୟଟକମାନେ ସିନା ମନାଲି ଛାଡି ଚାଲି ଯାଇଛନ୍ତି କିନ୍ତୁ ପଛରେ ଛାଡି ଯାଇଛନ୍ତି ଅନେକ ଆବର୍ଜନାର ସ୍ମୃତି । ଆଜ୍ଞା ହଁ ପ୍ରାକୃତିକ ସୌନ୍ଦର୍ଯ୍ୟରାଜିରେ ଏବେ ଯେଉଁ ସ୍ଥାନକୁ ଦେଖିବେ ପ୍ଲାଷ୍ଟିକ୍ , ଚିପ୍ସ ପ୍ୟାକେଟ୍ , କାଗଜ ଭଳି ଆବର୍ଜନା ହିଁ ଦେଖାଯିବ । ଅଳିଆର ଭାର ଏତେ ଅଧିକ ହୋଇଯାଇଛି ଯେ ମନାଲିରୁ ଏବେ ୨ ଟନ୍ ଆବର୍ଜନା ବାହାରିଛି ।

ସୁଚନାନୁସାରେ ଗତମାସ ମନାଲିକୁ ୨ ଲକ୍ଷରୁ ଅଧିକ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ । ଏହି ପର୍ଯ୍ୟଟକମାନେ ଏତେ ମାତ୍ରାରେ ଆବର୍ଜନା ଫୋପାଡିଛନ୍ତି ଯେ ଏବେ ଏହା ଆବର୍ଜନାର ପଥର ସଦୃଶ ଦେଖାଯାଉଛି । ରୋହତାଙ୍ଗ ଏବଂ ସୋଲାଙ୍ଗରୁ ମନାଲି ମଧ୍ୟରେ ଥିବା ହୋଟେଲର ପାଖଆଖରେ ଅଧିକ ମାତ୍ରାରେ ଅଳିଆ ପଡିଥିବା ଦେଖିବାକୁ ମିଳୁଛି । ଆବର୍ଜନାକୁ ଦେଖି ପ୍ରଶାସନ ଏବଂ ନଗରପାଳିକା ଆବର୍ଜନା ସଫା କରିବା ପାଇଁ ଯୋଜନା କରୁଛନ୍ତି । ନଗରପାଳିକା କହିଛନ୍ତି ଯେ ପ୍ରତିଦିନ ୧୦୦ ଟନର ଆବର୍ଜନା ଜଳାଇବା ପାଇଁ ପ୍ରୟାସ କରାଯାଉଛି ।