ପରୀକ୍ଷାର୍ଥୀଙ୍କ ଦାବିକୁ ମାନିଲେ କେନ୍ଦ୍ର ସରକାର । ଜେଇ-ମେନ୍ ପରୀକ୍ଷାର ସେସନ୍-୩ ଓ ସେସନ୍-୪ ମଧ୍ୟରେ ବଢିଲା ବ୍ୟବଧାନ ।

75

କନକ ବ୍ୟୁରୋ: ପରୀକ୍ଷାର୍ଥୀଙ୍କ ଦାବିକୁ ମାନି ନେଇଛନ୍ତି କେନ୍ଦ୍ର ସରକାର । ୨୦୨୧ ଜେଇ-ମେନ୍ ପରୀକ୍ଷାର ସେସନ୍-୩ ଓ ସେସନ୍-୪ ମଧ୍ୟରେ ବ୍ୟବଧାନ ବଢ଼ାଇ ଦିଆଯାଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଛନ୍ତି, ଛାତ୍ରଛାତ୍ରୀଙ୍କ ଭଲ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦୁଇଟି ସେସନ୍ ମଧ୍ୟରେ ଚାରି ସପ୍ତାହ ସମୟ ବ୍ୟବଧାନ ବଢ଼ାଇ ଦିଆଯାଇଛି । ଏନେଇ ଏନଟିଏକୁ ଜଣାଇ ଦିଆଯାଇଛି । ଜେଇ-ମେନ୍ ସେସନ୍-୪ ପରୀକ୍ଷା ଅଗଷ୍ଟ ୨୬, ୨୭ ଓ ୩୧ ଏବଂ ସେପ୍ଟେମ୍ବର ୧ ଓ ୨ ତାରିଖରେ କରାଯିବ । ସେହିପରି ପଞ୍ଜୀକରଣକୁ ଜୁଲାଇ ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏପର୍ଯ୍ୟନ୍ତ ୭ ଲକ୍ଷ ୩୨ ହଜାର ଛାତ୍ରଛାତ୍ରୀ, ଜେଇ ମେନ୍ ସେସନ-୪ ପରୀକ୍ଷା ପାଇଁ ପଞ୍ଜୀକୃତ କରି ସାରିଲେଣି ।