କନକ ବ୍ୟୁରୋ: କାନ ଧରି ଚାପୁଡ଼ା ଖାଉଛି ଆଉ କେବେ ଏଠିକୁ ଆସିବୁ ନାହିଁ । ବହୁତ ଆଶା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆସିଥିଲୁ, ନିଜ ପାଇଁ ନୁହେଁ ବରଂ ୬୦ ହଜାର ଗାଁ ସାଥୀଙ୍କ ହକ୍ ପାଇଁ ଆସିଥିଲୁ । ହେଲେ ଆମ କଥା କେହି ଶୁଣିବାକୁ ନାହାନ୍ତି । ନିଜେ ମୁଖ୍ୟମନ୍ତ୍ରୀ ତ ଶୁଣୁନାହାନ୍ତି ଆମ କଥା ତା’ହେଲେ ଶୁଣିବ କିଏ? ଏମିତି କିଛି ପ୍ରଶ୍ନ କରି ଆଣ୍ଠେଇ କାନମୋଡ଼ି ଚାପୁଡ଼ା ଖାଇ ପ୍ରତିବାଦ କରିଛନ୍ତି ଗାଁ ସାଥୀ ।

Advertisment

ତେବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବାହାରେ ଧାରଣାରେ ଗାଁ ସାଥୀ । ଆଣ୍ଠେଇ, କାନ ଧରି ଚାପୁଡ଼ା ଖାଇଲେ ଗାଁ ସାଥୀ । ତୁରନ୍ତ ଦାବି ପୂରଣ ପାଇଁ ଅନୁରୋଧ କରିଛନ୍ତି ଗାଁ ସାଥୀ । ଲୋୟର ପିଏମଜିରେ ଧାରଣାକୁ ନେଇ ଆଲୋଚନା ହୋଇଥିଲା । ହେଲେ ଆଲୋଚନା ପରେ କୌଣସି ସୁଫଳ ମିଳିନଥିବାରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିିଥିଲେ । କିନ୍ତୁ ଆଲୋଚନା ମୁତାବକ ସୁଫଳ ମିଳିଲାନି କହି ଧାରଣା ଦେଇଛନ୍ତି ଗାଁସାଥୀ ।