ରାଜଧାନୀରେ ଗାଁ ସାଥୀଙ୍କ ନିଆରା ପ୍ରତିବାଦ । ଭଜନ କୀର୍ତ୍ତନ କରି ସରକାରଙ୍କୁ ସମାଲୋଚନା । ୩ ଦଫା ଦାବି ନେଇ ଆନ୍ଦୋଳନ ।

57

କନକ ବ୍ୟୁରୋ: ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଗାଁ ସାଥୀଙ୍କ ଅଭିନବ ପ୍ରତିବାଦ । ଭଜନ ସଂକୀର୍ତନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ଗାଁ ସାଥୀ । ଗୀତ ମାଧ୍ୟମରେ ସରକାରଙ୍କୁ ସେମାନଙ୍କ ଦାବି ଜଣାଇଛନ୍ତି । ଗାନ୍ଧୀମାର୍ଗରେ ହୋମଯଜ୍ଞ ମଧ୍ୟ କରିଛନ୍ତି । ମାସକୁ ୧୦ ହଜାରରୁ ଅଧିକ ପ୍ରୋତ୍ସାହନ ରାଶି ସହ ଅନ୍ୟ ତିନିଟି ଦାବି ପୂରଣ ପାଇଁ ଗାଁ ସାଥୀମାନେ ଦାବି କରିଛନ୍ତି । ପୂରଣ ନହେଲେ ଆସନ୍ତା ୫ ତାରିଖରେ ବିଶାଳ ସମାବେଶ କରିବାକୁ ଗାଁ ସାଥୀ ସଂଘ ନିଷ୍ପତ୍ତି ନେଇଛି । ଦାବି ପୂରଣ ନହେବା ଯାଏଁ ଲଢେଇ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।