ଲଣ୍ଡା ହେଲେ ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର । କହିଲେ, ନିର୍ବାଚନରେ ବିଜେଡିକୁ ମିଳିଛି ଉଚିତ ଜବାବ ।

1,168

କନକ ବ୍ୟୁରୋ: ବିଜେଡି ଶାସନର ଅବସାନ ଘଟିଛି । ଭିକେ ପାଣ୍ଡିଆନ ହଜାର ହଜାର ଗାଁ ସାଥି ମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିବା ବେଳେ ଭୋଟ୍ ମାଧ୍ୟମରେ ଏହାର ଜବାବ ଦେଇଛନ୍ତି ଓଡ଼ିଶାବାସୀ । ଏହି ଅବସରରେ ଆଜି ଗାଁ ସାଥି ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ଭୁବନେଶ୍ୱର ରାମ ମନ୍ଦିରରେ ମୁଣ୍ଡନ ହୋଇଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନ ବିଜେପିର ବିଜୟକୁ ନେଇ ସଂଘ ପକ୍ଷରୁ ରାମ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା । ବିଜେପି ସରକାରରେ ଗାଁ ସାଥି ମାନଙ୍କ ସ୍ୱାର୍ଥକୁ ବିଶେଷ ଦୃଷ୍ଟି ଦିଆଯିବ ବୋଲି ଗାଁ ସାଥୀମାନେ ଆଶା ରଖିଛନ୍ତି ।