କନକ ବ୍ୟୁରୋ: ପୋଷାକ ଭିତରେ ଗଞ୍ଜେଇ ଚାଲାଣ । ଦେହରେ ସେଲୋଟେପ୍ ଲଗାଇ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ । କୋରାପସ୍ୱଙ୍କ, ଲମତାପୁଟରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ କରି ୨୮ କେଜିର ଗଞ୍ଜେଇ ଜବତ କରିଛି ପୋଲିସ୍ । ସୀମାନ୍ତ ଆନ୍ଧ୍ରରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । ଖବର ପାଇ ପୋଲିସ ମାଡି ବସିଥିଲା । ଘଟଣାରେ ପଶ୍ଚିମବଙ୍ଗର ୨୪ ବର୍ଷୀୟ ଯୁବକ ଦୁଲହନ୍ ଖାନଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣଙ୍କ ନିଜ ଦେହରେ ସେଲୋ ଟେପ୍ ଲଗାଇ ଅଭିନବ ଉପାୟରେ ୨୮ କେଜିର ଗଞ୍ଜେଇ ଚାଲାଣ କରୁଥିଲା ।
ଦେହରେ ସେଲୋଟେପ୍ ଲଗାଇ ଗଞ୍ଜେଇ ଚାଲାଣ କରୁଥିଲେ । ବାଟରେ ମାଡି ବସିଲା ପୋଲିସ୍ ।
/kanak/media/post_attachments/wp-content/uploads/2023/12/27-12.jpg)