ପୁଣି କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ : ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୮ ଲକ୍ଷରୁ ଉର୍ଦ୍ଧ୍ବ ହେବ

38

କନକ ବ୍ୟୁରୋ : ପୁଣି କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଚୋରାଚାଲାଣ ସମୟରେ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ସମୟରେ ମାଛକୁଣ୍ଡ ଓ ଲମତାପୁଟ ପୁଲିସ ଦ୍ବାରା ପେଟା ଗ୍ରାମ ନିକଟରେ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୧୮ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି କୁହାଯାଉଛି ।

ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ସମୟରେ ମାଛକୁଣ୍ଡ ଓ ଲମତାପୁଟ ପୁଲିସ ପେଟାଗ୍ରାମ ନିକଟରେ ଏକ ପିକଅପ ଭ୍ୟାନକୁ ଅଟକାଇଥିଲେ। ସେଥିରୁ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା । ପୁଲିସ ପିକଅପ ଭ୍ୟାନର ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।