କନକ ବ୍ୟୁରୋ : ଅଭିନବ ଉପାୟରେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ । ମୁଢ଼ି ବସ୍ତା ଭିତରେ ଚୋରା ଚାଲାଣ ହେଉଥିଲା ଗଞ୍ଜେଇ । ୩୦ ବସ୍ତା ମୁଢ଼ିରୁ ଗଂଜେଇ ଜବତ କରିଛି ଜୟପୁର ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୬୦ ଲକ୍ଷରୁ ଅଧିକ ହେବ । ରାୟପୁରରୁ ରାଜ୍ୟ ବାହାରକୁ ଚୋରା ଚାଲଣ ହେଉଥିବା ବେଳେ ଜୟପୁର ସହର ନିକଟରୁ ଜବତ କରିଛି ପୋଲିସ ।

Advertisment

ସୂଚନା ଅନୁସାରେ ପାଟ୍ରୋଲିଂ କରୁଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଅଟକାଇବାକୁ ଚେଷ୍ଟା କରିଥିଲା ପୋଲିସ । କିନ୍ତୁ ପୋଲିସକୁ ଦେଖି ସହରରେ ଥିବା ମେଡିକାଲ ସାମ୍ନାରେ ଗାଡ଼ି ରଖି ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ମାରିଥିଲେ । ଯାହାକୁ ନେଇ ପୋଲିସର ସନ୍ଦେହ ଉପୁଜିଥିଲା । ପରେ ଏହି ଟ୍ରକର ଯାଞ୍ଚ ପରେ ସବୁ ସତ ସାମ୍ନାକୁ ଆସିଥିଲା । ଟ୍ରକ ସହ ମୁଢ଼ି ଓ ଗଂଜେଇ ଜବତ କରିଛି ପୁଲିସ ।