କନକ ବ୍ୟୁରୋ : ଗତ କାଲି ପୂର୍ବାହ୍ନ ସମୟରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶରେ ଆସିକ ଥାନା ଏସ ଆଇ ବିଶ୍ଵଜିତ ନାୟକଙ୍କ ସହିତ ପେଟ୍ରୋଲିଂ କରୁଥିବା ଏକ ଟିମ ଆସିକା ବସ ଷ୍ଟାଣ୍ଡରେ ଭୁବନେଶ୍ୱର ବସକୁ ଅପେକ୍ଷା କରିଥିବା ଛଅ ଜଣ ଯୁବକଙ୍କୁ ଗିରଫ କରିଛି।
ପୁଲିସ ସେମାନଙ୍କ ପକ୍ଷରୁ ଛଅଟି ଅଖାରେ ଥିବା ୧୩୪କେଜି ଗଞ୍ଜେଇ ଜବତ କରିଛି। ଗିରଫ ହୋଇଥବା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ ମହୁରୀ ଗ୍ରାମର ପୀତବାସ ଗୌଡ଼, ବିଶ୍ୱନାଥ ସାହୁ, ଟୁନା ଗୌଡ଼, ଶେରଗଡ଼ ଥାନା ଅନ୍ତର୍ଗତ ବାଦଗଡ଼ ଗ୍ରାମର ସାଇବ ଗୌଡ଼, ଜିତୁ ଗୌଡ଼, ନିରାକାର ଗୌଡ଼କୁ କେସ ନମ୍ବର ୫୩୦/୨୦ ପ୍ରକାରେ କୋର୍ଟ ଚାଲାଣ କରିଛି।
ସେମାନଙ୍କ ନିକଟରୁ ୫ହଜ଼ାର ଟଙ୍କା, ୪ ଟି ମୋବାଇଲ ଜବତ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡିପିଓ ସୂର୍ୟ୍ୟ ମଣି ପ୍ରଧାନ ଓ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇ କହିଛନ୍ତି ଗିରଫ ହୋଇଥିବା ଅଭିଯୁକ୍ତ ମାନେ ମୋହନା ରୁ ଅଣିଥିବା
ଏହି ଗଞ୍ଜେଇ ଭୁବନେଶ୍ୱର ଦେଇ ସୁରତ ନେବା ପାଇଁ ଆସିକା ବସ ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିଲେ। ଭଞ୍ଜନଗର ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଆଶୁତୋଷ ଗୌରବ କରଙ୍କ ଉପସ୍ଥିତରେ ଜବତ ଗଞ୍ଜେଇର ଓଜନ କରାଯାଇଛି। ଗଞ୍ଜେଇ ବେପାରୀଙ୍କ ଏକ ରାକେଟ ଗଂଜାମ, କନ୍ଧମାଳ ଓ ଗଜପତି ଜିଲ୍ଲାର ବହୁ ସ୍ଥାନରୁ ଗଞ୍ଜେଇ ଭୁବନେଶ୍ୱର ଓ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/WhatsApp-Image-2020-10-12-at-16.19.18-750x430.jpeg)